www.samajalive.in
Sunday, December 14, 2025
26.1 C
Bhubaneswar

ଜବରଦସ୍ତ ଫିଚର୍‌ ; ମାତ୍ର ଗୋଟିଏ କ୍ଲିକ୍‌, ହ୍ୱାଟ୍ସଆପ୍‌ରେ ଲକ୍‌ ହୋଇଯିବ ଚାଟ୍‌..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ ଏକ ଲୋକପ୍ରିୟ ମେସେଜିଙ୍ଗ୍‌ ଆପ୍‌ । ପ୍ରତ୍ୟେକ ବର୍ଗର ଲୋକେ ଏହାକୁ କାର୍ଯ୍ୟାଳୟର କାମ ଠାରୁ ଆରମ୍ଭ କରି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ମଧ୍ୟ ବ୍ୟବହାର କରି ଥାନ୍ତି । କିଛି ଲୋକେ ନିଜର ଚାଟିଙ୍ଗ୍‌କୁ ଗୋପନୀୟ ରଖିବା ପାଇଁ ଇଚ୍ଛା କରନ୍ତି । ତେଣୁ ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ଇଚ୍ଛା କରନ୍ତି, ତାଙ୍କର କିଛି ବ୍ୟକ୍ତିଗତ ଚାଟ୍‌ କେହି ମଧ୍ୟ ଓପନ୍‌ ନକରନ୍ତୁ । ଏହା ଗୋପନ ହୋଇ ରହୁ । ଚାଟ୍‌ ସହ ଫଟୋ ଓ ଭିଡିଓକୁ ମଧ୍ୟ ଗୋପନୀୟ ରଖିବାକୁ ଇଚ୍ଛା କରନ୍ତି । ତେବେ ହ୍ୱାଟ୍ସଆପ୍‌ର ଏଭଳି ଏକ ଫିଚର୍‌ ବିଷୟରେ ଜାଣନ୍ତୁ, ଯାହା ସାହାଯ୍ୟରେ ଚାଟ୍‌କୁ ସହଜରେ ଲକ୍‌ କରି ପାରିବେ ।
ଏଥିପାଇଁ ଉପଭୋକ୍ତାଙ୍କୁ ଅନ୍ୟ କୌଣସି ଆପ୍‌ ଇନ୍‌ଷ୍ଟଲ୍‌ କରିବାର ମଧ୍ୟ ଆବଶ୍ୟକତା ନାହିଁ । ଏକ ସହଜ ଉପାୟରେ ନିଜ ଚାଟ୍‌କୁ ଲକ୍‌ କରି ପାରିବେ ।
ଏଥିପାଇଁ ଆପଣଙ୍କୁ ପ୍ରଥମେ ହ୍ୱାଟ୍ସଆପ୍‌ ଓପନ୍‌ କରିବାକୁ ପଡିବ । ଯେଉଁ ଚାଟ୍‌କୁ ଲକ୍‌ କରିବାକୁ ଚାହୁଁଛନ୍ତି, ତାହାକୁ କ୍ଲିକ୍‌ କରନ୍ତୁ । ଏହାପରେ ଉପରେ ପ୍ରୋଫାଇଲ୍‌ ନାମ ଉପରେ କ୍ଲିକ୍‌ କରନ୍ତୁ । ଏହାପରେ କିଛି ତାଲିକା ଆସିଯିବ। ଏହାକୁ ସ୍କ୍ରଲ୍‌ କରନ୍ତୁ । ଏଠାରେ ଆପଣଙ୍କୁ ଚାଟ୍‌ ଲକ୍‌ କରିବାର ବିକଳ୍ପ ମିଳିଯିବ। ଏହାକୁ ଚୟନ କଲେ ଚାଟ୍‌ ଲକ୍‌ ହୋଇଯିବ।
ଚାଟ୍‌ ଲକ୍‌ ପାଇଁ ଆପଣଙ୍କ ଫୋନ୍‌ରେ ଫିଙ୍ଗର୍‌ ଲକ୍‌, ପାର୍ଟନ୍‌ ଲକ୍‌ ଓ ଫେସ୍‌ ଲକ୍‌ ଆଦି ରହିଥିବା ଜରୁରୀ ।
ଚାଟ୍‌ ଲକ୍‌ ହେବା ପରେ ଫୋନ୍‌ ମାଲିକଙ୍କ ବ୍ୟତୀତ କେହି ଏହାକୁ ଓପନ୍‌ କରି ପାରିବେ ନାହିଁ ।

୨୭ ଫେବୃଆରୀରେ ଶକ୍ତିଶାଳୀ ଲକ୍ଷ୍ମୀ ନାରାୟଣ ରାଜଯୋଗ : ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବ ବିବାହ, ହେବେ ମାଲାମାଲ୍‌..

ଅଦ୍ଭୁତ ମନ୍ଦିର.. ଜାଣନ୍ତୁ କାହିଁକି ଏଠାରେ ପ୍ରଭୁ ହନୁମାନଙ୍କୁ ଡାକ୍ତର ରୂପେ କରାଯାଏ ପୂଜାର୍ଚ୍ଚନା

- Advertisement -

କାଲି ଠାରୁ ୪ ଦିନ ପ୍ରବଳ ବର୍ଷା! ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ସତର୍କ ସୂଚନା ଜାରି

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories