ଗୋପାଳପୁର: ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଦକ୍ଷିଣାଞ୍ଚଳ ଆଇଜି ଓ ବ୍ରହ୍ମପୁର ଆରକ୍ଷୀଙ୍କୁ ଭେଟି ଦାବିପତ୍ର ପ୍ରଦାନ ସହ ତୁରନ୍ତ ଗିରଫ ହୋଇଥିବା ରଣ୍ଢା ସରପଞ୍ଚ ଅଜିତ ରାଉଳଙ୍କୁ ଜେଲରୁ ଖଲାସ କରିବା ଏବଂ ତାଙ୍କ ନାମରେ ହୋଇଥିବା ମିଥ୍ୟା କେସ ପ୍ରତ୍ୟାହାର କରିବାକୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୈାଡଙ୍କ ନେତୃତ୍ବରେ ଦକ୍ଷିଣ ଓଡ଼ିଶା ସଂଘ ସଭାପତି ଭବାନୀ ଶଙ୍କର ମଲ୍ଲିକ, ଜିଲ୍ଲାର ୨୨ଟି ବ୍ଲକର ସରପଞ୍ଚ ସଂଘ ସଭାପତି ଓ ରଙ୍ଗେଇଲୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତିଙ୍କ ପ୍ରତିନିଧି ଏସ ଧର୍ମରାଜ ରେଡ୍ଡୀ ପ୍ରମୁଖ ଦକ୍ଷିଣାଞ୍ଚଳ ଆଇଜି ଡ଼ ସାର୍ଥକ ଷଡ଼ଙ୍ଗୀ ସମେତ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶ୍ରବଣ ବିବେକଙ୍କୁ ଭେଟି ଗତ ଫେବୃୟାରୀ ୭ ତାରିଖରେ କିଛି ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ରାଜନୈତିକ ଉଦ୍ଦେଶ୍ୟ ରଖି ମିଥ୍ୟା କେସରେ ରଣ୍ଢା ସରପଞ୍ଚ ଅଜିତ ରାଉଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସରପଞ୍ଚ ଭାବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସମ୍ପର୍କ ରହିଥାଏ। ଅଞ୍ଚଳରେ କୈାଣସି ଅସାମାଜିକ ଯୁବକ କୈାଣସି କାଣ୍ଡ ଘଟାଇଲେ ତାହାକୁ ନେଇ ସରପଞ୍ଚଙ୍କୁ ଗିରଫ କରାଯିବା ନିନ୍ଦନୀୟ ବୋଲି ପ୍ରକାଶ କରାଯାଇଥିଲା।ଏହା ସହ ଘଟଣାରେ ଯଦି ସରପଞ୍ଚ ଶ୍ରୀ ରାଉଳଙ୍କ ସିଧାସଳଖ ସମ୍ପୃକ୍ତ ଥାଏ ତାହାହେଲେ ପୁଲିସ ପ୍ରମାଣ ସରପଞ୍ଚ ସଂଘକୁ ପ୍ରଦାନ କରିବାକୁ ଦାବି ଜଣାଯାଇଛି।ଏହା ସହ ତୁରନ୍ତ ଶ୍ରୀ ରାଉଳଙ୍କୁ ଜେଲରୁ ଖଲାସ କରିବା ସହ ତାଙ୍କ ବିରୁଦ୍ଧରେ ହୋଇଥିବା ମିଥ୍ୟା ମକଦ୍ଦମା ହଟାଇବାକୁ ଦାବୀ ଜଣାଯାଇଛି।
Popular Categories



