www.samajalive.in
Sunday, December 7, 2025
18.1 C
Bhubaneswar

୧୮ ବର୍ଷ ପରେ.. ରାହୁ-କେତୁ ଚଳନ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ହଠାତ୍‌ ମିଳିବ ଧନ,ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ-କେତୁଙ୍କୁ ଛାୟା ଗ୍ରହ କୁହାଯାଏ । କେତୁ ବର୍ତ୍ତମାନ କନ୍ୟା ରାଶିରେ ଚଳନ କରିଛନ୍ତି । ଏହାପରେ ସିଂହ ରାଶିରେ ଚଳନ କରିବେ । ରାହୁ-କେତୁଙ୍କ ଚଳନ କାରଣରୁ ଅନେକ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ସହ ଭାଗ୍ୟୋଦୟ ହେବାକୁ ଯାଉଛି । କେତୁଙ୍କ ସୂର୍ଯ୍ୟଙ୍କ ଘରେ ପ୍ରାୟ ୧୮ ବର୍ଷ ପରେ ପ୍ରବେଶ କରୁଛନ୍ତି।

ରାହୁ-କେତୁ ସର୍ବଦା ଓଲଟା ଭାବେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ହୋଲି ପରେ ରାହୁ କୁମ୍ଭ ରାଶିରେ ଚଳନ କରିବେ । ୫ ଡିସେମ୍ବର ପର୍ଯ୍ୟନ୍ତ ରାହୁ କୁମ୍ଭ ରାଶିରେ ରହିବେ ।
ରାହୁ ଚଳନର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ । ଜାଣନ୍ତୁ କେଉଁ ମାନେ ହେବେ ଭାଗ୍ୟବାନ୍‌..

- Advertisement -

ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ । ଅନେକ କାର୍ଯ୍ୟରେ ସଫଳତା ମିଳିବା ସହ ଅଟକି ଥିବା କାମ ପୂରଣ ହେବ । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଅନେକ ଦିନରୁ ଥିବା ଆଶା ପୂରଣ ହେବ । କର୍ମକ୍ଷେତ୍ରରେ ବଡ ସଫଳତା ପାଇବେ । ଜୀବନରେ ଖୁସିର ଆଗମନ ହେବ । ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହେବ ।

ମିଥୁନ- ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଆମଦାନୀର ନୂଆ ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ପରିବାର ସହ ଭ୍ରମଣର ଯୋଗ ରହିଛି ।

ସିଂହ- ଅନେକ କ୍ଷେତ୍ରରେ ସକରାତ୍ମକ ପରିବର୍ତ୍ତନ ହେବ । ଶୁଭ ସମୟର ଆଗମନ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଚାକିରିରେ ଶୁଭ ପରିବର୍ତ୍ତନ ସହ ଶୁଭ ଖବର ମିଳିବ । ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ । କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ ।

ଏହି ସରଳ ମନ୍ତ୍ର ଜପ କଲେ ହୁଏ ସୁନ୍ଦର, ସୁସ୍ଥ, ଗୁଣବାନ୍‌ ସନ୍ତାନ ପ୍ରାପ୍ତି..

ଧନୁ- ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ । ଧନର ଅଭାବ ଦୂର ହେବ । ଅନେକ କ୍ଷେତ୍ରରେ ସଫଳତା ମିଳିବ । ଜୀବନରେ ହସଖୁସିର ଆଗମନ ହେବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ବ୍ୟବସାୟୀ ଲାଭବାନ୍‌ ହେବେ ।

ବିଛା- ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ । ଚାକିରି କ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ । ଆୟରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହେବ ।

ମୀନ – ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ହେବ । ହଠାତ୍‌ ଧନ ପ୍ରାପ୍ତି ହେବ । ବ୍ୟବସାୟରେ ଶୁଭ ପରିବର୍ତ୍ତନ ହେବ । ଇଚ୍ଛା ଅନୁଯାୟୀ ଅନେକ କ୍ଷେତ୍ରରେ ଉପଲବ୍ଧି ହାସଲ କରିବେ ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories