www.samajalive.in
Monday, December 8, 2025
13.1 C
Bhubaneswar

ଗୁଜରାଟ ରାସ୍ତାରେ ସିଂହ, ୧୫ ମିନିଟ ଟ୍ରାଫିକ ଜାମ୍‌

ଅହମ୍ମଦାବାଦ : ଗୁଜରାଟର ଆମରେଲି ଜିଲାରେ ଗୋଟିଏ ସିଂହ ରାସ୍ତାକୁ ଚାଲି ଆସିବା ଫଳରେ ୧୫ ମିନିଟ ଧରି ଟ୍ରାଫିକ ଜାମ୍‌ ଘଟିଛି। ଗିର୍‌ ଜଙ୍ଗଲରୁ ଆସିଥିବା ୬ଟି ସିଂହ ଓ ସିଂହୀ ରବିବାର ରାତିରେ ଆମରେଲି ସହର ରାସ୍ତାରେ ବିଚରଣ କରୁଥିବାବେଳେ ଗୋଟିଏ ଗାଈକୁ ଗୋଡାଉଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଏଥିମଧ୍ୟରୁ ଗୋଟିଏ ସିଂହ ସୋମବାର ଭାବନଗର-ସୋମନାଥ ଜାତୀୟ ରାଜପଥରେ ବିଚରଣ କରୁଥିବା ଲକ୍ଷ୍ୟ କରାଯାଇଛି। ସିଂହର ଉପସ୍ଥିତି ଯୋଗୁଁ ରାସ୍ତାର ଉଭୟପାର୍ଶ୍ବରେ ଯାନବାହନଗୁଡିକ ପ୍ରାୟ ୧୫ ମିନିଟ ଧରି ଅଟକିଥିଲା। କିଛି ସମୟ ପରେ ସିଂହଟି ରାସ୍ତା ତଳକୁ ଯିବାପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଗୁଜରାଟର ଜୁନାଗଡ, ଗୀର ସୋମନାଥ, ଆମରେଲି, ଭାବନଗର, ବୋତାଡ୍‌, ପୋରବନ୍ଦର, ଜାମନଗର, ରାଜକୋଟ ଏବଂ ସୁରେନ୍ଦ୍ର ନଗର ଭଳି ୯ ଜିଲାରେ ଏସୀୟ ପ୍ରଜାତିର ସିଂହଙ୍କର ଉପସ୍ଥିତି ଦେଖିବାକୁ ମିଳିଥାଏ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories