ପୁରୀ: ପୁରୀ ଟାଉନ ଥାନା ଗଦାଧର ହାଇସ୍କୁଲ ପାର୍କିଂ ସ୍ଥଳରୁ ପୁଲିସ ୫୩୮ ଗ୍ରାମ ଧଳା ଜହର ଜବତ କରିଛି। ୫୩୮ ଗ୍ରାମ ଧଳା ଜହର ଜବତ ସହ ନଗଦ ୯ ଲକ୍ଷ ୩୨ହଜାର ଟଙ୍କା ଏବଂ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ପୁଲିସ ଜବତ କରିଛି। ଜବତ ଧଳା ଜହରର ଆନୁମାନିକ ମୂଲ୍ୟ ୬୬ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଧଳା ଜହର କାରବାର ଅଭିଯୋଗରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୨ଜଣ ଖୋର୍ଦ୍ଧାର ହୋଇଥିବାବେଳେ ଜଣେ ପୁରୀ ଓ ଆଉ ଜଣେ ବାଲେଶ୍ୱରର ବୋଲି ସୂଚନା ମିଳିଛି।
Popular Categories



