www.samajalive.in
Tuesday, December 9, 2025
16.1 C
Bhubaneswar

ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ପର୍ବ ଆରମ୍ଭ ହୋଇଛି । ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କାରଣ ଗତ ବର୍ଷ ଗଣ ଅଣ୍ଡା ଦାନ ପ୍ରକ୍ରିୟା ହୋଇନଥିଲା । ଯାହାକୁ ନେଇ ଚଳିତ ବର୍ଷକୁ ବିଶେଷଜ୍ଞ ମଧ୍ୟରେ ଆଶଙ୍କା ଦେଖାଦେଥିଲା । ବର୍ତମାନ ଦକ୍ଷିଣା ପବନର ଆଗମନ ଯୋଗୁଁ ଓ ପାଗର ଅନୁକୂଳ ଅବସ୍ଥା ସୃଷ୍ଟି ହୋଇଛି । ଫଳରେ ରବିବାର  ଭୋର ସମୟରୁ ହଜାର ହଜାର ସଂଖ୍ୟାରେ ସାମୁଦ୍ରିକକଇଁଛ ବେଳାଭୁମି ଉପରକୁ ଉଠିଆସି ଅଣ୍ଡା ଦେଇଛନ୍ତି । ଗଞ୍ଜାମ ବ୍ଲକର ନୁଆଁ ପୋଡ଼ମପେଟା ଠାରୁ ପୁରୁଣା ପୋଡ଼ମପେଟା ମଧ୍ୟରେ ଗଣ ଅଣ୍ଡାଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୧,୩୯୦ ଗୋଟି ମାଈ କଇଁଚ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ଗଣମାଧ୍ୟମକୁ ସୂଚନା ଦେଇଛି । ବିଶେଷ କରି ଏହି ବିରଳ ପ୍ରଜାତିର କଇଁଚ ମାନେ ବେଳାଭୂମି ଉପରେ ସେମାନଙ୍କ ପଛ ପାର୍ଶ୍ୱରେ ରହିଥିବା ଦୁଇଟି ଗୋଡ଼ ସାହାଯ୍ୟରେ ଗର୍ତ୍ତ କରିବା ପରେ ଅଣ୍ଡାଦାନ କରିବା ପରେ ପୁଣି ସେହି ସ୍ଥାନକୁ ସେହି ପଛ ପାର୍ଶ୍ୱରେ ରହିଥିବା ଗୋଡ଼ ସାହାଯ୍ୟରେ ଘୋଡାଇ ଦେଇ ନିଜ ଶରୀର ସାହାଯ୍ୟରେ ସେହି ସ୍ଥାନକୁ ବାଡେଇ ଶକ୍ତ କରିଦେବା ପରେ ପୁଣି ସମୁଦ୍ର ମଧ୍ୟକୁ ଗୁରୁଣ୍ଡି ଗୁରୁଣ୍ଡି ଚାଲିଯାଇଥାନ୍ତି । ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ଗଣ ଅଣ୍ଡାଦାନ ହୋଇଥିବାରୁ ପର୍ଯ୍ୟଟକ, ବନବିଭାଗ, ପରିବେଶ ବିତ ଓ଼ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଛି । ଅନ୍ୟପଟେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବନ ବିଭାଗ ପକ୍ଷରୁ କଡାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି । ଗତ ନଭେମ୍ବର ମାସରୁ କଇଁଛଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ପର୍ଯ୍ୟନ୍ତ ଚାଲିଥିଲା ।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories