www.samajalive.in
Thursday, December 11, 2025
16.1 C
Bhubaneswar

ଭକ୍ତ ନିବାସ ନାଁରେ ଠକେଇ: ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ: ପୁରୀ ଏପରି ଏକ ତୀର୍ଥସ୍ଥଳୀ, ଯେଉଁଠାକୁ ପ୍ରତିଦିନ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତ ଜଗା ଦର୍ଶନ ଲାଗି ଛୁଟି ଆସନ୍ତି। କିନ୍ତୁ ଏହାର ସୁଯୋଗ ନେଇ ଭକ୍ତ ନିବାସ ଗୁଡିକ ନାଁରେ ଫେକ୍ ଓ୍ବେବସାଇଟ୍ ଖୋଲି ଭକ୍ତ ମାନଙ୍କୁ ଠକେଇ ହେଉଥିବାର ଖବର ବାରମ୍ବାର ସାମ୍ନାକୁ ଆସୁଛି । ତେଣୁ ଏ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କରିଛନ୍ତି। ସେ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଯେ, ଶ୍ରୀମନ୍ଦିରର ନିଜସ୍ଵ ଓ୍ବେବସାଇଟ୍ ମାଧ୍ୟମରେ ଭକ୍ତ ନିବାସ ଗୁଡିକ ବୁକିଂ ହୋଇଆସୁଛି। କିନ୍ତୁ କିଛି ଖଳ ପ୍ରକୃତିର ଲୋକ ଫେକ୍ ଓ୍ବେବସାଇଟ୍ ଖୋଲି ଭକ୍ତ ନିବାସ ନାଁରେ ଭକ୍ତ ମାନଙ୍କୁ ଠକି ଆସୁଛନ୍ତି। ଏପରିକି ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲି ଟଙ୍କା ନେଣଦେଣ ମଧ୍ୟ ହେଉଥିବା ଶ୍ରୀମନ୍ଦିର ପ୍ରଶାସନ ପ୍ରମାଣ ପାଇଛି। ତେଣୁ ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories