ବାସୁଦେବପୁର : ବାସୁଦେବପୁର ଗୁଆଗାଁ ରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡି ଦୁଇ ନାବାଳକଙ୍କର ମୃତ୍ୟୁ ହୋଇଛି। ଆଜି ବାସୁଦେବପୁର ପୌରପାଳିକା ରାଧାବଲଭପୁର ଗାଁର କାହ୍ନୁ ବେହେରାଙ୍କ ପୁଅ ରାଜେନ୍ଦ୍ର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ପୁଅ ଜ୍ୟୋତିର୍ମୟ ଖେଳୁଥିବା ଅବସ୍ଥାରେ ଅସାବଧାନତା କାରଣରୁ ପୋଖରୀରେ ପଡିଯାଇଥିଲେ। ବହୁ ଖୋଜାଖୋଜି ପରେ ଉଭୟଙ୍କୁ ପୋଖରୀରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Popular Categories



