www.samajalive.in
Sunday, December 14, 2025
23.1 C
Bhubaneswar

ଆଇପିଏଲ୍: ଇଡେନ ଗାର୍ଡେନ୍‌ସରେ ଉଦ୍‌ଘାଟନୀ ଓ ଫାଇନାଲ ମ୍ୟାଚ୍‌, କେକେଆର୍‌-ଆର୍‌ସିବି ପ୍ରଥମ ମୁକାବିଲା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୨୦୨୫ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭହେବ। ଏହିଦିନ କଲକାତାର ଇଡେନ୍‌ ଗାର୍ଡେନ୍‌ସରେ ଘରୋଇ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଦୁଇ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ। ରଜତ ପଟିଦାର ଆର୍‌ସିବିର ଅଧିନାୟକ ନିଯୁକ୍ତ ହୋଇଥିବା ବେଳେ କେକେଆର୍‌ ତା’ର ଅଧିନାୟକଙ୍କ ନାମ ଘୋଷଣା କରିନାହିଁ। ଇଡେନ୍‌ ଗାର୍ଡେନ୍‌ସରେ ହିଁ ମେ’ ୨୫‌େ‌ର ଫାଇନାଲ ମ୍ୟାଚ୍‌ ଖେଳାଯିବ ବୋଲି ବିସିସିଆଇ ମଧ୍ୟସ୍ଥ ସୂତ୍ରରୁ ପ୍ରକାଶ।

ଅବଶ୍ୟ ଅଦ୍ୟାବଧି ଆଇପିଏଲ୍‌ ଖେଳସୂଚୀ ପ୍ରକାଶ କରିନାହିଁ। ଆସନ୍ତା ସପ୍ତାହରେ ଆଇପିଏଲ୍‌ର ଖେଳସୂଚୀ ଆସିପାରେ। ତେବେ ମିଳିଥିବା ସୂଚନା ଅନୁସାରେ ୨୩ ବା ରବିବାର ୨ଟି ମ୍ୟାଚ୍‌ ଖେଳାଯିବ। ଅପରାହ୍ଣ ମ୍ୟାଚ୍‌ ହାଇଦରାବାଦରେ ଘରୋଇ ସନ୍‌ରାଇଜର୍ସ ହାଇଦରାବାଦ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯିବ। ସେହିଦିନ ସନ୍ଧ୍ୟାରେ ଚେନ୍ନଇରେ ଚେନ୍ନଇ ସୁପର କିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମୁକାବିଲା ଖେଳାଯିବ।

- Advertisement -

ଉଭୟ ଚେନ୍ନଇ ଓ ମୁମ୍ବଇ ୫ ଥର ଲେଖାଏଁ ଆଇପିଏଲ୍‌ ଟ୍ରଫି ଜିତିଛନ୍ତି। ଗତବର୍ଷ ଆର୍‌ସିବି ପ୍ରଥମ ୬ଟି ମ୍ୟାଚ୍‌ ହାରିବା ପରେ କ୍ରମାଗତ ୬ଟି ମ୍ୟାଚ୍‌ ଜିତି ପ୍ଲେଅଫ୍‌ରେ ପହଞ୍ଚି ଏଲିମିନେଟରରେ ପରାସ୍ତ ହୋଇଥିଲା। ୧୦ଟି ଦଳଙ୍କୁ ନେଇ ହେବାକୁ ଥିବା ଆଇପିଏଲ୍‌ ଚମ୍ପିଆନ୍‌ସ ଟ୍ରଫି ଫାଇନାଲ (ମାର୍ଚ୍ଚ ୯)ର ୧୨ ଦିନ ପରେ ଆରମ୍ଭ ହେବ।

ଏହାର ମ୍ୟାଚ୍‌ଗୁଡ଼ିକ ୧୨ଟି ସହରରେ ଖେଳାଯିବ। ରାଜସ୍ଥାନ ରୟାଲ୍‌ସ ଜୟପୁର ସହ ଗୁଆହାଟୀରେ ୨ ମ୍ୟାଚ୍‌ ଖେଳିବ। ଗତବର୍ଷ ପଞ୍ଜାବ କିଙ୍ଗ୍‌ସ ଓ କଲକାତା ନାଇଟ ରାଇଡର୍ସ ବିପକ୍ଷରେ ଗୁଆହାଟୀରେ ରାଜସ୍ଥାନ ରୟାଲ୍‌ସ ଖେଳିଥିଲା। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍‌ସ ତା’ର ପାରମ୍ପରିକ ଭେନ୍ୟୁ ମୁଲାନ୍‌ପୁର ସହ ଧର୍ମଶାଳାରେ ୩ଟି ମ୍ୟାଚ୍‌ ଖେଳିବ। ଚଳିତବର୍ଷ ଶ୍ରେୟସ ଆୟର ପଞ୍ଜାବର ନୂଆ ଅଧିନାୟକ ଓ ରିକି ପଣ୍ଟିଂ ନୂଆ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories