www.samajalive.in
Monday, December 8, 2025
14.1 C
Bhubaneswar

ସିସିଏଲ୍‌: ବାରବାଟୀରେ ଆଜି ସିନେ ତାରକାଙ୍କ ମୁକାବିଲା

କଟକ: ସେଲିବ୍ରିଟି କ୍ରିକେଟ୍‌ ଲିଗ୍ (ସିସିଏଲ୍‌)ର ୨୦୨୫ ସଂସ୍କରଣର ୨ଟି ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମ୍‌କୁ ମିଳିଛି। ରବିବାର ଏହି ଦୁଇଟି ମୁକାବିଲା ହେବ। ଅପରାହ୍‌ଣ ୨ଟାରୁ ୬ଟା ପଞ୍ଜାବ ଦେ ଶେର୍ ଓ ଭୋଜପୁରୀ ଦବଙ୍ଗ୍‌ସ ମଧ୍ୟରେ ଏବଂ ସନ୍ଧ୍ୟା ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ମୁମ୍ବଇ ହିରୋଜ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ହିନ୍ଦୀ ସହ ବିଭିନ୍ନ ଭାଷାର ଚଳଚ୍ଚିତ୍ରରେ ସେମାନଙ୍କ ଅଭିନୟ ଦ୍ବାରା ତାରକା ପାଲଟିଥିବା ଅଭିନେତାମାନେ ସେମାନଙ୍କ କ୍ରିକେଟ୍‌ ଦକ୍ଷତା ଦେଖାଇବେ।

ଖେଳାଳିମାନେ ଭୁବନେଶ୍ବରରେ ରହୁଛନ୍ତି। ସିସିଏଲ୍‌ର ୧୧ଶ ସଂସ୍କରଣରେ ୭ଟି ଦଳ ଖେଳୁଛନ୍ତି। ବେଙ୍ଗଲ ଟାଇଗର୍ସ ହେଉଛି ଗତବର୍ଷର ଚମ୍ପିଆନ୍‌। ଶନିବାର ସନ୍ଧ୍ୟାରେ ବେଙ୍ଗଲ ଟାଇଗର୍ସ ଦଳ ବାରବାଟୀରେ ଅଭ୍ୟାସ କରିଥିଲା। ପଞ୍ଜାବ ଦେ ଶେର୍ ଦଳର ଅଧିନାୟକ ହେଲେ ବଲିଉଡ୍‌ ତାରକା ସୋନୁ ସୁଦ୍। ଏହି ଦଳରେ ମିକା ସିଂହ, ଆୟୁଷ୍ମାନ ଖୁରାନା, ଜିମ୍ମି ଶେର୍‌ଗିଲ, ରାହୁଲ ଦେବ ପ୍ରଭୃତି ରହିଛନ୍ତି।

- Advertisement -

ଭୋଜପୁରୀ ଦବଙ୍ଗ୍‌ସ ଦଳରେ ମନୋଜ ତିୱାରୀ, ରବି କିଷନ୍‌ଙ୍କ ପରି ଭୋଜପୁରୀ ଅଭିନେତାମାନେ ରହିଛନ୍ତି। ମୁମ୍ବଇ ହିରୋଜ୍‌ ଦଳରେ ସୁନୀଲ ସେଟ୍ଟି, ଆଫ୍‌ତାବ ଶିବଦାସାନି, ବବି ଦେଓଲ ପ୍ରମୁଖ ରହିଛନ୍ତି। ବେଙ୍ଗଲ ଟାଇଗର୍ସ ଦଳର ନେତୃତ୍ବ ନେଉଛନ୍ତି ଯୀଶୁ ସେନଗୁପ୍ତ। ବାରବାଟୀରେ ଦର୍ଶକ ଉଭୟ ମ୍ୟାଚ୍‌ ଗୋଟିଏ ଟିକଟରେ ଦେଖିପାରିବେ।

ଏଥିପାଇଁ ଅନ୍‌ଲାଇନରେ ଟିକଟ ଉପଲବ୍‌ଧ ହୋଇଥିଲେ ହେଁ କମ୍ ଟିକଟ ବିକ୍ରି ହୋଇଥିବାର ଖବର ମିଳିଛି। ମ୍ୟାଚ୍‌ଗୁଡ଼ିକ ୧୦ ଓଭର ବିଶିଷ୍ଟ ୨ ଇନିଂସ ଭିତ୍ତିକ। ଉପରୋକ୍ତ ୨ଟି ମ୍ୟାଚ୍‌ ପୂର୍ବରୁ ଓଡ଼ିଶାର ପୂର୍ବତନ ରଣଜୀ ଏକାଦଶ ଓ ଓଲିଉଡ୍‌ ଏକାଦଶ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories