www.samajalive.in
Wednesday, December 10, 2025
23.1 C
Bhubaneswar

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଅନୁଷ୍ଠିତ ହେବ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଓ ପ୍ରତିଯୋଗିତା

ଭୁବନେଶ୍ଵର: ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକଙ୍କ ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି । ଏହି ଅବସରରେ ଦିବ୍ୟାଙ୍ଗମାନଙ୍କୁ ଏଥିରୁ  ବଞ୍ଚିତ କରାଯାଇ ପାରିବ ନାହିଁ । ଦିବ୍ୟାଙ୍ଗ ମାନଙ୍କ ସମସ୍ୟା ବିଷୟରେ ଆଲୋକପାତ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରୋସାହିତ କରିବା ଏବଂ ସେମାନଙ୍କ ସମ୍ମାନ, ଅଧିକାର ଏବଂ କଲ୍ୟାଣ ପାଇଁ ସମର୍ଥନ ସଂଗ୍ରହ କରିବା ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମ ହଁ ଅନ୍ୟ ଏକ ସର୍ବୋତ୍ତମ ମାଧ୍ୟମ ବୋଲି ଓଡିଶା ରାଜ୍ୟ ସରକାର ମନେକରିବା ସହିତ ସଚେତନ‌ତା ସୃଷ୍ଟି କରିପାରିବା ପାଇଁ ରାଜ୍ୟ ସରକାରଙ୍କ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏକ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର  ଉତ୍ସବ ଓ ପ୍ରତିଯୋଗିତା କରିବାକୁ ମନସ୍ଥ କରିଛନ୍ତି ।
ଯାହାର ଶୀର୍ଷକ ହେଲା “ସାମର୍ଥ୍ୟ “: ଆରଆର ଇଭେଣ୍ଟ ଆଣ୍ଡ ସିନେ ପ୍ରଡକସନ ପକ୍ଷରୁ ଏହାର ମୁଖ୍ୟ ରମେଶ ବାରିକ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଥିବାବେଳେ କ୍ରିଏଟିଭ ମୁଖ୍ୟ ଅଛନ୍ତି ଶ୍ୟାମା ପ୍ରସାଦ ମିଶ୍ର,

ପ୍ରତିଯୋଗୀ ମାନେ ଆସନ୍ତା ୧୭ ତାରିଖ ଠାରୁ ମାର୍ଚ୍ଚ  ୧୦ ତାରିଖ ପର୍ଯ୍ୟନ୍ତ ନିଜର କ୍ଷୁଦ୍ର ଚଳଚ୍ଚିତ୍ର ସହିତ ଆବେଦନ କରିପାରିବେ। ମାର୍ଚ୍ଚ ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ଜୁରୀ ମାନଙ୍କ ଦ୍ବାରା ସ୍କ୍ରିନିଂ କରାଯାଇ ବିଭିନ୍ନ ବିଭାଗର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରାଯିବ। ଏହି ସିନେମା ର ଅବଧି ଦୁଇରୁ ପାଞ୍ଚ ମିନିଟ ପର୍ଯ୍ୟନ୍ତ ରହିବ।
ମାର୍ଚ୍ଚ ୧୯ ତାରିଖ ଦିନ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ବଲିଉଡ ଏବଂ ଓଲିଉଡ଼ ତାରକା ମାନଙ୍କ ସହିତ ପୁରସ୍କାର ବିତରଣ ଉତ୍ସବ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ବିଶେଷ ପାରଦର୍ଶିତା ପାଇଁ ବିଭିନ୍ନ କ୍ୟାଟେଗୋରିରେ ୧୦ ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ। ଏ ସମ୍ପର୍କରେ ୱେବ ସାଇଟ ସହିତ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରାଯିବ । ୧୫ତାରିଖ ଦିନ ଭୁବନେଶ୍ବରର ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା ।

- Advertisement -

ଏହି ସାମ୍ବାଦିକ ସମ୍ମିଳନୀରେ ସାମାଜିକ ସୁରକ୍ଷା ଓ ଭିନ୍ନ‌କ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶିକା ନିୟତୀ ପଟ୍ଟନାୟକ, ବିଭାଗୀୟ ବିତ୍ତ ଅଧିକାରୀ ଜୟଶ୍ରୀ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ଦୀପକ ରାଉତରାୟ, ଉପ ଶାସନ ସଚିବ ଶ୍ରୀ ସନ୍ୟାସୀ କୁମାର ବେହେରା,ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା, ଚଳଚ୍ଚିତ୍ର ଜଗତର ସବ୍ୟସାଚୀ ମହାପାତ୍ର, ଗଦାଧର ପୁଟ୍ଟୀ , ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ହରିହର ମହାପାତ୍ର, ଅଭିନେତ୍ରୀ ଅର୍ଚିତା ସାହୁ, ଆରଆର ଇଭେଣ୍ଟ ଏବଂ ଆଉ ଆର ସିନେ ପ୍ରଡ଼କ୍ସନର ଏମଡି ରମେଶ ବାରିକ,କ୍ରୀଏଟିଭ ମୁଖ୍ୟ ଶ୍ୟାମା ପ୍ରସାଦ ମିଶ୍ର, ଶାଶ୍ବତୀ ପତି,ଅମିତ ଘୋଷ,ପ୍ରଚାର ବିଭାଗ ମୁଖ୍ୟ ହର ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ମାଣ ଓ ବୈଷୟିକ ଦିଗ ଉପରେ ଆଲୋକପାଚ କରିଥିଲେ

ଅନ୍ୟ ମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ଅଧିକାରୀ, ବିଭିନ୍ନ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦେଶକ, ଅଭିନେତା, ଅଭିନେତ୍ରୀ ମାନଙ୍କ ସହିତ ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ.

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories