www.samajalive.in
Sunday, December 14, 2025
26.1 C
Bhubaneswar

ସମଲେଶ୍ୱରୀ ମନ୍ଦିର ପରିସରରେ ଏସବିଆଇର ଏଟିଏମ

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିର ପରିସରରେ ଏସବିଆଇ ତରଫରୁ ଏକ ଅତ୍ୟାଧୁନିକ ଏଟିଏମ କାଉଣ୍ଟର ଖୋଲାଯାଇଛି। ଏହି ଏଟିଏମକୁ ଏସବିଆର ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦୀନେଶ ପରୁଥୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ପରୁଥୀ କହିଛନ୍ତି ଯେ, ଏହା ଦ୍ୱାରା ମନ୍ଦିରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଲକ୍ଷ ଲକ୍ଷ ତୀର୍ଥ ଯାତ୍ରୀ ଓ ଭକ୍ତ ମାନେ ଉପକୃତ ହେବେ। ଯଦି ଆଗାମୀ ଦିନରେ ଏଟିଏମର ଆବଶ୍ୟକତା ଆହୁରୀ ବଢ଼଼ିବ, ତାହା ହେଲେ ଆହୁରୀ ଗୋଟିଏ ଏଟିଏମ ମଧ୍ୟ ସ୍ଥାପନା କରିବାକୁ ଏସବିଆଇ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ପରୁଥୀ କହିଛନ୍ତି। ଏହି ଅବସରରେ ଏବିଆଇ ସମ୍ବଲପୁରର ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ଝା, ମନ୍ଦିର ପରିଚାଳନା କମିଟିର ସଭାପତି ସଞ୍ଜୟ ବାବୁଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ଓ ଜନତା ଉପସ୍ଥିତ ରହିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories