www.samajalive.in
Sunday, December 14, 2025
26.1 C
Bhubaneswar

ସୈନିକ ସଂଘ ପକ୍ଷରୁ ଶହୀଦ ସ୍ତମ୍ଭରେ ମାଲ୍ୟାର୍ପଣ

ସମ୍ବଲପୁର: ହୀରାଖଣ୍ଡ ପଶ୍ଚିମ ଓଡ଼ିଶା ପୁର୍ବତନ ସୈନିକ ସଂଘ ତରଫରୁ ୨୦୧୯ ମସିହା ଆଜିର ଦିନରେ ଘଟିଥିବା ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ୪୦ରୁ ଊର୍ଦ୍ଧ୍ବ ଭାରତୀୟ ଯବାନ ମାନଙ୍କ ଅମର ଆତ୍ମାର ସଦଗତି କାମନା ପୂର୍ବକ ସ୍ଥାନୀୟ କଚେରୀ ଛକ ସ୍ଥିତ ଶହୀଦ ସ୍ତମ୍ଭ ଠାରେ ମାଲ୍ୟାର୍ପଣ କରାଯାଇଛି। ବକ୍ତା ମାନେ ବୀର ଯବାନ ମାନଙ୍କ ତ୍ୟାଗ ଓ ବଳିଦାନ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସଭାପତି ଶିବ ନାରାୟଣ ବେହେରା, ସମ୍ପାଦକ ବିକାଶ କୁମାର ପଣ୍ଡା, କୋଷାଧ୍ୟକ୍ଷ ବିରକିଶୋର ବେହେରା, ସଦସ୍ୟ ମଲ୍ଲିକ ମୁଣ୍ଡା, ସଞ୍ଜିବ ନାଥ, ଅସଲମ ଖାନ ଙ୍କ ସମେତ ସମାଜସେବୀ କାର୍ତ୍ତିକ ବହିଦାର, ବିଜେପି ନେତା ସମୀର ରଞ୍ଜନ ବାବୁ, ଅରୁଣ ଦାସ, ମୋହନ ଦାସ, ପ୍ରଭୁଦତ୍ତ ପଣ୍ଡା, ରାମଦାସ ପଣ୍ଡା, ବିଶ୍ୱରଞ୍ଜନ ଜେନା, ସୁବ୍ରତ ପଣ୍ଡାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories