www.samajalive.in
Sunday, December 14, 2025
23.1 C
Bhubaneswar

ଓଡିଶା ବନ୍ଦ ଡାକରାକୁ ସଫଳ କରିବାକୁ ଡାକରା, ବ୍ୟାନର ଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କଲା ଲାଲ ବାହିନୀ

କୋଟଗଡ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳରେ ଲାଲ ବାହିନୀ ବ୍ୟାନର ଓ ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କରିଛି। କୋଟଗଡ଼ ଥାନା ସୁବର୍ଣ୍ଣଗିରି ରାସ୍ତାର କହମଗୁଡା ଛକ ନିକଟରେ ଶୁକ୍ରବାର ସକାଳୁ ସକାଳୁ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ଏକାଧିକ ମାଓ ଵ୍ୟାନର ଓ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି।

ସୋମବାର କୋଟଗଡ଼ ଥାନା ଜାମଝୋର ଗାଁ ନିକଟରେ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କରିଥିବା ବେଳେ ଆଜି ପୁଣି ଲଗାତାର ଦ୍ଵିତୀୟ ଥର ପାଇଁ ଲାଲ ଵ୍ୟାନର ଓ ମାଓ ପୋଷ୍ଟର ଲଗାଇ ଅଂଚଳ ରେ ନିଜ ସ୍ଥିତି ଜାହିର କରିଛି । ଉକ୍ତ ବ୍ୟାନର ଓ ପୋଷ୍ଟରରେ ଓଡିଶା ବନ୍ଦ ଡାକରାକୁ ସଫଳ କରିବାକୁ ଓଡିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ଡାକରା ଦେଇଛି।

- Advertisement -

ଭାଜପା ସରକାରର ରାଜନୈତିକ ଆକ୍ରମଣ ଅପେରସନ ‘କାଗର’କୁ ବିରୋଧ କରିଛି ଲାଲ ବାହିନୀ।ଓଡିଶା ଛତିଶଗଡ ସୀମା କୁଲ୍ଲାଡି ଘାଟରେ ପୁଲିସ ଦ୍ୱାରା ନିହତ ୧୬ ଜଣ ସାଥି ମାଓବାଦୀଙ୍କ ନରସଂହାରକୁ ବିରୋଧ କରିବାକୁ ମାଓବାଦୀ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। କୋଟଗଡ଼ ଅଞ୍ଚଳରେ ଦୀର୍ଘ ଦିନ ପରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଦୁଇ ଥର ମାଓ ବ୍ୟାନର ଓ ପୋଷ୍ଟର ଲଗାଯାଇଥିବାରୁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories