www.samajalive.in
Sunday, December 14, 2025
19.1 C
Bhubaneswar

ମେଘାଳୟର ଚନ୍ଦ୍ର ମୋହନ ଝା ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଡେସ୍କ: ମେଘାଳୟର ଚନ୍ଦ୍ର ମୋହନ ଝା ବିଶ୍ୱବିଦ୍ୟାଳୟରେ ଅବ୍ୟବସ୍ଥା ଓ ଅନ୍ୟାନ୍ୟ ତ୍ରୁଟିକୁ ନେଇ ୨୦୧୪ ମସିହାରେ ଅନୁଷ୍ଠାନକୁ ବନ୍ଦ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବଜାୟ ରଖି ସୁପ୍ରିମକୋର୍ଟ ଗୁରୁବାର ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ପିଏସ୍ ନରସିଂହ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ କୁଳପତି ନିଯୁକ୍ତି ପାଇଁ ସିଏମଜେ ବିଶ୍ୱବିଦ୍ୟାଳୟ ଆଇନର ଧାରା ୧୪(୧) ଅନୁଯାୟୀ ନିର୍ଦ୍ଧାରିତ ପ୍ରକ୍ରିୟାକୁ ଠିକ୍ ଭାବେ ପାଳନ କରାଯାଉ ନାହିଁ ବୋଲି କହିଛନ୍ତି।

ଫଳରେ ସିଏମଜେ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତିକୁ ହାଇକୋର୍ଟଙ୍କ ଖଣ୍ଡପୀଠ ଆଇନ ଦୃଷ୍ଟିରେ ଅବୈଧ ବୋଲି ଘୋଷଣା କରିଥିଲେ ଏବଂ ଏହି ରାୟରେ କୌଣସି ତ୍ରୁଟି ନାହିଁ ବୋଲି କହିଥିଲେ। ଏହି ନିଷ୍ପତ୍ତି ପରେ ଉପଯୁକ୍ତ ପଦକ୍ଷେପ ନେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି।

- Advertisement -

୨୦୦୯ରେ ସ୍ଥାପିତ ଏହି ବିଶ୍ୱବିଦ୍ୟାଳୟ ୟୁଜିସି ନିୟମକୁ ଉଲ୍ଲଂଘନ କରି ଆହୁରି ୪୯୦ ଜଣ ପିଏଚଡି ସ୍କଲାର ପଞ୍ଜୀକରଣ କରିବା ବ୍ୟତୀତ ୨୦୧୨ରୁ ୨୦୧୩ ମଧ୍ୟରେ ରେକର୍ଡ ସଂଖ୍ୟକ ୪୩୪ଟି ପିଏଚଡି ଡିଗ୍ରୀ ପ୍ରଦାନ କରିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories