www.samajalive.in
Sunday, December 14, 2025
26.1 C
Bhubaneswar

ଆନ୍ତଃବିଭାଗୀୟ ଖେଳ ପ୍ରତିଯୋଗିତା, ପ୍ରମୋଦ ପାଣିଗ୍ରାହୀ ଶ୍ରେଷ୍ଠ ଖେଳାଳି

ସମ୍ବଲପୁର: ପୁର୍ବତଟ ରେଳପଥ କ୍ରିଡା ସଙ୍ଗଠନ ସମ୍ବଲପୁର ପକ୍ଷରୁ ସ୍ଥାନୀୟ ରେଳବାଇ ଷ୍ଟାଡିୟମ ଠାରେ ଆନ୍ତଃ ବିଭାଗୀୟ ଖେଳ ପ୍ରତିଯୋଗିତା – ୨୦୨୫ ଆୟୋଜିତ ହୋଇଯାଇଛି। ସମ୍ବଲପୁର ରେଳ ମଣ୍ଡଳର ସମସ୍ତ ବିଭାଗ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ମଣ୍ଡଳ ରେଳ ପ୍ରବନ୍ଧକ ସମ୍ବଲପୁର ତୁଷାରକାନ୍ତ ପାଣ୍ଡେ ମୁଖ୍ୟ ଅତିଥି ଓ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଆନନ୍ଦ ସିଂ ଏବଂ ଇକୋରୋର ଅଧ୍ୟକ୍ଷା ଲୀନା ପାଣ୍ଡେ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଆନ୍ତଃ ବିଭାଗୀୟ ଖେଳ ପ୍ରତିଯୋଗିତାର କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ବୈଦ୍ୟୁତିକ (ଓପି) ଦଳ ଏବଂ ଇଞ୍ଜିନିୟରିଂ ଦଳ ମଧ୍ୟରେ ହୋଇଥିଲା। ବୈଦ୍ୟୁତିକ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୮ ୱିକେଟ ବିନିମୟରେ ୧୦୭ ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ଇଞ୍ଜିନିୟରିଂ ଦଳ ୧୪.୪ ଓଭରରେ ୨ ୱିକେଟ ବିନିମୟରେ ୧୦୮ ରନ ସଂଗ୍ରହ କରି ୮ ୱିକେଟରେ ମ୍ୟାଚ ଜିଣି ଚଳିତ ବର୍ଷର ଚାମ୍ପିୟନ ହୋଇଥିଲା। ଇଞ୍ଜିନିୟରିଂ ଦଳ ବିଭୂଦତ୍ତ ବରାଳ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ହୋଇଛନ୍ତି। ଇଞ୍ଜିନିୟରିଂ ଦଳର କାହ୍ନୁଚରଣ ପ୍ରଧାନଙ୍କୁ ଶ୍ରେଷ୍ଠ ବୋଲର ଓ ବାଣିଜ୍ୟ ଦଳର ସତ୍ୟବ୍ରତ ସେଠଙ୍କୁ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ପୁରସ୍କାର ମିଳିଛି। ସେହିଭଳି ଭଲିବଲ ପ୍ରତିଯୋଗିତାରେ ଆରପିଏଫ ଓ ଇଞ୍ଜିନିୟରିଂ ଦଳ ମଧ୍ୟରେ ହୋଇଥିବା ଫାଇନାଲ ମୟାଚରେ ଇଞ୍ଜିନିୟରିଂ ଦଳ ମ୍ୟାଚ ଜିଣି ଚାମ୍ପିୟନ ହୋଇଛି। ଇଞ୍ଜିନିୟରିଂ ଦଳର ପ୍ରମୋଦ ପାଣିଗ୍ରାହୀଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ରୁପେ ପୁରସ୍କୃତ କରାଯାଇଛୀ। ଲନ ଟେନିସ ଡବଲ୍ସରେ ତତ୍ୱଦର୍ଶୀ ସାହୁ ଓ ଆଲୋକ ରଞ୍ଜନ ପଣ୍ଡା ବିଜୟୀ ହୋଇଛନ୍ତି। ବ୍ୟାଡମିଣ୍ଟନ ଖେଳରେ ତତ୍ତ୍ୱଦର୍ଶୀ ସାହୁ ଓ କେ. ନବୀନ ରାଜୁ ବିଜୟୀ ହୋଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନେ ବିଜେତା ଓ ଉପ ବିଜେତା ଦଳ ଗୁଡିକୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ। କ୍ରିଡା ଅଧିକାରୀ ରିତେଶ ମେହେରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧିକାରୀ, କର୍ମଚାରୀ ଓ ଜନତା ସାମିଲ ହୋଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories