ଆଠଗଡ: ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ଆଠଗଡ ବିଜେପି ପକ୍ଷରୁ ବୁଧବାର ସମର୍ପଣ ଦିବସ ପାଳିତ ହୋଇଯାଇଛି। ଆଠଗଡ ନଗର ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗାନ୍ଧିମାର୍ଗସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଆଠଗଡ ନଗର ମଣ୍ଡଳ ସଭାପତି ହେମନ୍ତକୁମାର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ କଟକ ଜିଲ୍ଲା (ଗ୍ରାମୀଣ) ସଭାପତି ରାମନାରାୟଣ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାଏ, ମହିଳା ମୋର୍ଚ୍ଚା ନେତ୍ରୀ ହେମମଞ୍ଜରୀ ଭଞ୍ଜଦେଓ, ପୂର୍ବତନ ବିଧାୟକ ରମେଶ ରାଉତ ପ୍ରମୁଖ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ତ୍ୟାଗପୂତ ଜୀବନୀ ଏବଂ ଦେଶ ପାଇଁ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
Popular Categories



