www.samajalive.in
Wednesday, December 10, 2025
15.1 C
Bhubaneswar

୫ ବର୍ଷରେ ଦେଢ ଲକ୍ଷ ସରକାରୀ ଚାକିରି

ଭୁବନେଶ୍ଵର: ଆଜିଠୁ ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳ ବିଧାନସଭା ଗୃହରେ ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଆମ ଓଡିଶା ଖଣିଜ ସମ୍ପଦରେ ଭରପୂର। ଓଡିଶା ନିଜ ଐତିହ୍ୟ ଏବଂ କୀର୍ତ୍ତିରାଜିକୁ ନେଇ ପରିଚିତ। ଗରିବ, ଯୁବକ, ଅନ୍ନଦାତା , ନାରୀଶକ୍ତି ଆମ ସରକାରଙ୍କ ମୂଳମନ୍ତ୍ର। ମୋ ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛନ୍ତି। ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ ହୋଇଛି। ୪୬ ଲକ୍ଷ ମହିଳା ଓ ଶିଶୁଙ୍କୁ ପୁଷ୍ଟିକାର ଖାଦ୍ୟ ଦିଆଯାଉଛି। ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବ।୨୦୨୪-୨୫ରେ ପ୍ରାୟ ୧୦ ଲକ୍ଷ ମହିଳାଙ୍କୁ ଏଥିପାଇଁ ତାଲିମ୍ ଦିଆଯିବ। ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ୪୦୦ ଇ-ବସ୍ ଚାଲିବ। ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ। ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ। ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦ ହଜାର ନିଯୁକ୍ତ ଦିଆଯିବ। ୨୦୨୪-୨୫ରେ ୨୪ ହଜାରରୁ ଅଧିକ ପଦବୀ ପୂରଣ ହୋଇସାରିଛି। ଉତ୍କର୍ଷ ଓଡିଶା କନକ୍ଲେଭରେ ୧୨.୮୯ ଲକ୍ଷ କୋଟିର ଏମଓୟୁ ହୋଇଛି। କ୍ରୀଡା କ୍ଷେତ୍ରରେ ଆମ କ୍ରୀଡାବିତ୍ ମାନେ ଅନେକ ସଫଳତା ଆଣିଛନ୍ତି। ପିଏମ୍ ଆବାସ ଯୋଜନାରେ ଘର ଯୋଗାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ୨୦୨୬ ସୁଦ୍ଧା ନଳ ଯୋଗେ ଜଳ ଯୋଗାଣ ସୁନିଶ୍ଚିତ କରାଯିବ। ୧୧୫ ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ କରାଯିବ। ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ। ଓଡିଆ ଅସ୍ମିତାକୁ ପୁନର୍ଜୀବିତ କରିବାକୁ କାମ କରୁଛନ୍ତି। ଓଡିଶାରେ ଡିଜିପି ସମ୍ମିଳନୀ , ଉତ୍କର୍ଷ ଓଡିଶା, ପ୍ରବାସୀ ଭାରତୀୟ ଦିବସ ସଫଳତାର ସହ  ଆୟୋଜନ କରାଯାଇଛି। ଭିଜନ ୨୦୩୬ ପାଇଁ ୩ ଲକ୍ଷରୁ ଉର୍ଦ୍ଧ୍ବ ପରାମର୍ଶ ଆସିଛି। ମୋ ସରକାର ନୂଆ ଶିକ୍ଷା ନୀତି ଲାଗୁ କରିଛନ୍ତି। ୦୪୭ ସୁଦ୍ଧା ବିକଶିତ ଭାରତରେ ଓଡିଶାର ପ୍ରମୁଖ ଭୂମିକା ରହିବ। ଶ୍ରୀଜଗନ୍ନାଥଙ୍କ  ରତ୍ନଭଣ୍ଡାର ଖୋଲାଯାଇଛି। ସୁଭଦ୍ରା ଯୋଜନାରେ ୧ କୋଟି ମହିଳା ଉପକୃତ ହୋଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories