www.samajalive.in
Monday, December 15, 2025
27.1 C
Bhubaneswar

ଏଡିଇଓଙ୍କ ସମ୍ପତ୍ତି ଖୋଜୁଛି ଭିଜିଲାନ୍ସ

ବୋରିଗୁମ୍ମା: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ପଂଚାୟତର ଏଡିଇଓ ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛି। ଏ ନେଇ ଅଧିକ ତଥ୍ୟ ମିଳି ନ ଥିଲେ ହେଁ ଅଧିକାରୀମାନେ ବିଶୋୟୀଙ୍କ ସମ୍ପତ୍ତି​‌ର ଖୋଳତାଡ଼ କରୁଛି। ବିଶୋୟୀଙ୍କ କୋରାପୁଟ ଜିଲ୍ଲା ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଥିବା ପୈତୃକ ଘର, ତାଙ୍କ ଦ୍ବାରା ନିର୍ମିତ ଘର, ତାଙ୍କ ଭାଇଙ୍କ ଘର, ସମ୍ପର୍କୀୟଙ୍କ ଘର, ତାଙ୍କ କାଜୁ ପ୍ରୋସେସିଂ ୟୁନିଟ୍ ସାଇ କୃଷ୍ଣ ଏଣ୍ଟରପ୍ରାଇଜେସ୍,   ବୋରିଗୁମ୍ମାରେ ଅବସ୍ଥିତ ବିଶୋୟୀଙ୍କ ତିନି ମହଲା କୋଠା ଓ କୋଟପାଡ ବ୍ଲକ ଅନ୍ତର୍ଗତ ବତାସନା ପଂଚାୟତରେ ଅବସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଆଦିରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଚଳାଇଛି। ଜୟପୁର ଭିଜିଲାନ୍ସ, କୋର୍ଟର ସ୍ୱତନ୍ତ୍ର ବିଚାରପତି ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ବିଭାଗର ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories