ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଗୁରୁବାର ହେଉଛି ଶେଷ କାର୍ଯ୍ୟଦିବସ। ରାଜ୍ୟସଭାରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଅନୁମତି ପରେ ଓ୍ବାକଫ୍ ସଂଶୋଧନ ବିଧେୟକ ଉପରେ ପ୍ରସ୍ତୁତ ଯୁଗ୍ମ ସଂସଦୀୟ କମିଟି(ଜେପିସି)ର ରିପୋର୍ଟ ଉପସ୍ଥାପନ କରାଯାଇଛି। ରିପୋର୍ଟ ଉପସ୍ଥାପନ ପରେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା, ଯେଉଁଥିପାଇଁ ଗୃହ କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ପଡ଼ିଛି। ଅନ୍ୟପଟେ ଲୋକସଭାରେ ମଧ୍ୟ ବିରୋଧୀଙ୍କ ହଙ୍ଗାମା କାରଣରୁ ବାଚସ୍ପତି ଓମ୍ ବିର୍ଲା ଗୃହ କାର୍ଯ୍ୟ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ରାଜ୍ୟସଭାରେ ଓ୍ବାକଫ ବିଲ୍ ଉପରେ ଜେପିସି ରିପୋର୍ଟ ଉପସ୍ଥାପିତ, ୨ଟା ଯାଏଁ ଗୃହ ମୁଲତବୀ
Popular Categories



