www.samajalive.in
Sunday, December 14, 2025
16.1 C
Bhubaneswar

ଚାକିରି କ୍ଷମତା ଥିବା ପତ୍ନୀ ଭରଣପୋଷଣ ଦାବି କରିପାରିବେନି: ହାଇକୋର୍ଟ

କଟକ: ଚାକିରି ସୁଯୋଗ ଥିବା ବା କୌଣସି କ୍ଷେତ୍ରରେ ଅଭିଜ୍ଞତା ଥିବା ଶିକ୍ଷିତ ପତ୍ନୀ ଖାଲିଟାରେ ବସିରହି ଭରଣପୋଷଣ ଦାବି କରିପାରିବେ ନାହିଁ। ଛାଡ଼ପତ୍ର ମାମଲାରେ ପତ୍ନୀଙ୍କୁ ଭରଣପୋଷଣ ଦେବା ଆଇନ୍‌ରେ ବ୍ୟବସ୍ଥା ରହିଛି। ମାତ୍ର ଉଚ୍ଚ ଶିକ୍ଷିତା ତଥା ରୋଜଗାର କ୍ଷମତା ରଖୁଥିବା ପତ୍ନୀ ଏ କ୍ଷେତ୍ରରେ ଭରଣପୋଷଣ ମାଗିପାରିବେ ନାହିଁ ବୋଲି ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଗୌରୀଶଙ୍କର ଶତପଥୀ ଏହି ରାୟ ଦେଇଛନ୍ତି ା ଯେଉଁ ପତ୍ନୀ ନିଜର ରକ୍ଷଣାବେକ୍ଷଣ ଲାଗି ନିଜେ ଅସମର୍ଥ ଓ ରୋଜଗାର କରିବାର କ୍ଷମତା ନାହିଁ ସେମାନଙ୍କ ଲାଗି ସ୍ବାମୀଙ୍କ ଠାରୁ ଭରଣପୋଷଣ ନେବା ଆଇନ୍‌ରେ ବ୍ୟବସ୍ଥା ରହିଛି। ମାତ୍ର ସଶକ୍ତ ଓ ରୋଜଗାରକ୍ଷମ ହୋଇଥିବାସ୍ଥଳେ କୌଣସି ଚାକିରି ବା କର୍ମନିଯୁକ୍ତିରୁ ନିଜକୁ ନିଷ୍କ୍ରିୟ ରଖି ଖାଲିରେ ବସି ରହି ସ୍ବାମୀ ଠାରୁ ଭରଣପୋଷଣ ଦାବି କରିବା ଉଚିତ ନୁହେଁ ବୋଲି ଅଦାଲତ କହିଛନ୍ତି। ଏକ ପରିବାର ଅଦାଲତ ଏହି ମାମଲାରେ ମାସିକ ଭରଣପୋଷଣ ଲାଗି ୮ହଜାର ଟଙ୍କା ନିର୍ଦେଶ ଦେଇଥିବାବେଳେ ଏହି ପରିମାଣକୁ ହାଇକୋର୍ଟ ପ୍ରତିମାସ ୫,୦୦୦ଟଙ୍କାକୁ ହ୍ରାସ କରିଛନ୍ତି। ମାମଲାର ବିବରଣୀ ମୁତାବକ, ଛାଡ଼ପତ୍ର ମାମଲାରେ ପରିବାର ଅଦାଲତଙ୍କ ମାସିକ ୮୦୦୦ ଟଙ୍କାର ଭରଣପୋଷଣ ନିର୍ଦେଶକୁ ବିରୋଧ କରି ସ୍ବାମୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ପତ୍ନୀ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ଡିପ୍ଲୋମା ସହିତ ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି। ସେ ଜଣେ ସୁଶିକ୍ଷିତ ମହିଳା ଓ ପୂର୍ବରୁ କିଛି ଗଣମାଧ୍ୟମ ସଂସ୍ଥାରେ କାମ କରୁଥିଲେ। ତାଙ୍କର ପ୍ରତିପୋଷଣ ପାଇଁ କାମ କରିବା ଏବଂ ରୋଜଗାର କରିବାର ସମ୍ଭାବନା ରହଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories