www.samajalive.in
Tuesday, December 9, 2025
16.1 C
Bhubaneswar

ସମୟସୀମା ସରିଲା, ସମ୍ପତ୍ତି ତାଲିକା ଦେଲେନି କର୍ମଚାରୀ: ଫେବୃୟାରୀ ୨୮ ଶେଷ ସୁଯୋଗ

ଭୁବନେଶ୍ବର: ରାଜ୍ୟର ସରକାରୀ କର୍ମଚାରୀ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରୁନାହାନ୍ତି। ପ୍ରତିବର୍ଷ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ ହେଉନି ସମ୍ପତ୍ତି ତାଲିକା। ବାରମ୍ବାର ସରକାର ବଢ଼ାଉଛନ୍ତି ଅବଧି। ଅନୁରୂପ ଭାବେ ଏଥର ମଧ୍ୟ ପୁଣି ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମୟ ବଢ଼ାଇଛନ୍ତି। ଏହି ଅବଧି କର୍ମଚାରୀମାନେ ସମ୍ପତ୍ତି ତାଲିକା ଦାଖଲ ପାଇଁ ଶେଷ ସୁଯୋଗ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ପ୍ରଥମରୁ ଚତୁର୍ଥଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ନିଜର ବାର୍ଷିକ ସମ୍ପତ୍ତି ତାଲିକାକୁ ପ୍ରତିବର୍ଷ ଜାନୁଆରୀ ୩୧ ତାରିଖ ପୂର୍ବରୁ ଅନଲାଇନ ମାଧ୍ୟମରେ ଓଡ଼ିଶା ସରକାରଙ୍କ ଏଚଆରଏମଏସ୍ ପୋର୍ଟାଲରେ ଅପଲୋଡ୍ କରିବା ନିୟମ ରହିଛି। ଏଥିପାଇଁ ରାଜ୍ୟ ସରକାର କ୍ୟାବିନେଟରେ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ (ସଂଶୋଧନ) ନିୟମାବଳୀ-୨୦୨୧କୁ ଅନୁମୋଦନ କରାଇବା ସହ ପ୍ରତ୍ୟେକ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିମନ୍ତେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲକୁ ବାଧ୍ୟତାମୂଳକ କରିଥିଲେ। ହେଲେ ପ୍ରତିବର୍ଷ ଏହି ସମୟସୀମା ମଧ୍ୟରେ ଅଧିକାଂଶ କର୍ମଚାରୀ ତାଲିକା ଦାଖଲ କରୁନାହାନ୍ତି। ଏହିକ୍ରମେ ୨୦୨୪ ମସିହାର ସମ୍ପତ୍ତି ତାଲିକା ଗତ ଜାନୁଆରୀ ୩୧ ସୁଦ୍ଧା ବହୁ କର୍ମଚାରୀ ଦେଇନାହାନ୍ତି। ଏଥିପାଇଁ ରାଜ୍ୟ ସରକାର ଆସନ୍ତା ୨୮ ତାରିଖ ପର‌୍ୟ୍ୟନ୍ତ ଏହି ଅବଧି ବୃଦ୍ଧି କରିଛନ୍ତି। ତାଲିକା ଦେଇ ନ ଥିବା ଖିଲାପି କର୍ମଚାରୀଙ୍କ ପାଇଁ ଏହା ଶେଷ ସୁଯୋଗ ବୋଲି ଚେତାଇ ଦିଆଯାଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ଏନେଇ ସବୁ ବିଭାଗ, ଆରଡିସି, ଜିଲାପାଳଙ୍କୁ ଅବଗତ କରାଯାଇଛି। ସୂଚନା ଅନୁସାରେ, ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲକୁ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ପ୍ରାକ୍ ଯୋଗ୍ୟତା ଭାବେ ବିବେଚନା କରାଯାଇଥାଏ। ୨୦୨୪ ଜାନୁଆରୀ ୧ରୁ ଡି‌େସମ୍ବର ୩୧ ଅବଧି ନିମନ୍ତେ ସମ୍ପତ୍ତି ବିବରଣୀ ୨୦୨୫ ଜାନୁଆରୀ ୩୧ ସୁଦ୍ଧା ଦାଖଲ କରିବାକୁ ରାଜ୍ୟ ସରକାର ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଏନେଇ ୨୦୨୪ ଡିସେମ୍ବର ୩୦ ତାରିଖରେ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ଉକ୍ତ ସମୟସୀମା ମଧ୍ୟରେ ବହୁସଂଖ୍ୟକ କର୍ମଚାରୀ ସମ୍ପତ୍ତି ବିବରଣୀ ଦାଖଲ କରିନାହାନ୍ତି। ‌ସରକାରଙ୍କ ଦୃଷ୍ଟିକୁ ଏହା ଆସିବା ପରେ ଫେବୃଆରୀ ୨୮ ତାରିଖ ପର‌୍ୟ୍ୟନ୍ତ ଅବଧି ବଢ଼ାଇ ଦିଆଯାଇଛି। ୨୦୨୪ ବର୍ଷ ପାଇଁ ଏହା ଶେଷ ସୁଯୋଗ ହୋଇଥିବାରୁ ଅବଧି ସରିବା ପର୍ଯ୍ୟନ୍ତ ଅପେକ୍ଷା ନକରି ତା’ ପୂର୍ବରୁ ସମ୍ପତ୍ତି ବିବରଣୀ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories