www.samajalive.in
Sunday, December 14, 2025
26.1 C
Bhubaneswar

ଦ୍ବିତୀୟ ବିବାହ ସତ୍ତ୍ବେ ମୃତ ପତ୍ନୀଙ୍କ ସନ୍ତାନ ଉପରେ ଅକ୍ଷୁଣ୍ଣ ରହିବ ପିତାଙ୍କ ଅଧିକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପତ୍ନୀଙ୍କ ମୃତ୍ୟୁ ପରେ ଯଦି ଜଣେ ବ୍ୟକ୍ତି ଦ୍ବିତୀୟ ବିବାହ କରନ୍ତି ତେବେ ପ୍ରଥମ ପତ୍ନୀଙ୍କ ଔରସରୁ ଜନ୍ମ ସନ୍ତାନଙ୍କ ଉପରେ ତାଙ୍କର ପୂର୍ଣ୍ଣ ଅଧିକାର ବଳବତ୍ତର ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ବି.ଆର ଗଭାଇ ଓ କେ ବିନୋଦ ଚନ୍ଦ୍ରନଙ୍କୁ​‌ ନେଇ ଗଠିତ ପୀଠ କହିଛନ୍ତି ଯେ ପିତାମାତା ହେଉଛନ୍ତି ସନ୍ତାନଙ୍କ ମୂଳ ଅଭିଭାବକ। ମା’ର ମୃତ୍ୟୁ ପରେ ପିତାଙ୍କୁ ଏକମାତ୍ର ଅଭିଭାବକ ଭାବେ ସନ୍ତାନଙ୍କ ଦାୟିତ୍ବ ନିର୍ବାହ କରିଥାଏ। ଦ୍ବିତୀୟ ବିବାହ କ୍ଷେତ୍ରରେ ପିତାକୁ ତା’ର ଅଭିଭାବକ ଦାୟିତ୍ବରୁ ବଞ୍ଚିତ କରାଯାଇପାରିବ ନାହିଁ। ଅଜା ଘର ଅପେକ୍ଷା ପିତା ହିଁ ସନ୍ତାନର ଉପଯୁକ୍ତ ଦାୟିତ୍ବ ନିିର୍ବାହ କରିପାରିବେ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିନ୍ତି। ଏହି ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଏକ ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମାମଲାରୁ ପ୍ରକାଶ ଯେ ପତ୍ନୀଙ୍କ ମୃତ୍ୟୁ ପରେ ନାବାଳକ ସନ୍ତାନକୁ ତାର ଅଜା ଘର ଲୋକେ ନେଇ ଯାଇ ପାଖରେ ରଖିଥିଲେ। ପିଲାଟି ସେଠାରେ ରହି ପାଠ ପଢିବା ସହିତ ଖୁସିରେ ରହିଥିଲା। ଏହି ଅବସରରେ ପିଲାର ବାପା ଦ୍ବିତୀୟ ବିବାହ କରିବା ପରେ ନିଜ ସନ୍ତାନକୁ ପାଖରେ ରଖିବା ଲାଗି ଦାବି କରିଥିଲା। ମାତ୍ର ଅଜା ଘର ଲୋକ ପିଲାକୁ ଛାଡି ନଥିଲେ। ଫଳରେ ପିତା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଅଜା ଘରର ଦାବିକୁ ଅନୁମୋଦନ କରିବା ସହିତ ପିତାଙ୍କୁ କେବଳ ପ୍ରତିମାସରେ ଥରେ ନିଜ ସନ୍ତାନକୁ ଦେଖିବାର ଅନୁମତି ଦେଇଥିଲେ। ଏହି ପ୍ରସଙ୍ଗରେ ପିତା ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମାମଲାର ସବିଶେଷ ଶୁଣାଣି କରି ପିତାଙ୍କୁ ତାଙ୍କ ସନ୍ତାନ ଉପରେ ପୂର୍ଣ୍ଣ ଅଧିକାର ପ୍ରଦାନ କରିଛନ୍ତି। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସମ୍ପୃକ୍ତ ତାଙ୍କ ଔରସରୁ ଜନ୍ମିତ ସନ୍ତାନର ବୟସ ୧୦ବର୍ଷ ହୋଇଥିଲା। ସେବେଠାରୁ ସେ ଅଜାଙ୍କ ଘରେ ରହିଆସୁଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories