www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟ ସରକାରଙ୍କ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ : ବସ୍ତିବାସିନ୍ଦାଙ୍କ ଦାବି ସମ୍ବଳିତ ଆଲୋଚନା

ଭୁବନେଶ୍ୱର : ବସ୍ତିବାସିନ୍ଦାମାନଙ୍କ ଦାବି ପରିପ୍ରେକ୍ଷିରେ ରାଜ୍ୟ ସରକାର ଶନିବାର ରାତିରେ ଏକ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ କରିଛନ୍ତି। ଏହି ବୈଠକରେ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ଏକ ୧୨ଜଣିଆ ପ୍ରତିନିଧି ମଣ୍ଡଳୀକୁ ସଚ୍ଚିବାଳୟକୁ ଡାକି ବସ୍ତିବାସିନ୍ଦାମାନଙ୍କ ୫ଦଫା ସମ୍ବଳିତ ଦାବି ଉପରେ ଆଲୋଚନା କରିଛନ୍ତି। ଏହି ବୈଠକରେ ବସ୍ତିବାସିନ୍ଦାଙ୍କ ବିଭିନ୍ନ ଦାବି, ଯେପରିକି- ବସ୍ତି କଲ୍ୟାଣ ବୋର୍ଡ଼ ଗଠନ, ୫ଟି ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ଜାଗା ଯୋଜନାରେ ସାମିଲ କରିବା, ଓଡ଼ିଶା ଲ୍ୟାଣ୍ଡ ରାଇଟ୍‍ସ ସ୍ଲମ ଡୁଏଲର୍ସ ଆକ୍ଟ-୨୦୧୭କୁ ସଂଶୋଧନ କରିବା, କର୍ମସ୍ଥଳୀ ନିକଟରେ ବସ୍ତିବାସିନ୍ଦାଙ୍କୁ ଜାଗା ଯୋଗାଇ ଦେବା, ଲେପର୍ସି, କିନ୍ନର, ବାସଶୂନ୍ୟ ମାନଙ୍କୁ ସମସ୍ତ କର୍ପୋରେସନରେ ଜାଗା ଦେବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି। ଯଦି ରାଜ୍ୟ ସରକାର ୭ଦିନ ମଧ୍ୟରେ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ଏହି ଦାବିଗୁଡ଼ିକ ପୂରଣ ନକରନ୍ତି, ତେବେ ବାଧ୍ୟ ହୋଇ ମହାସଂଘ ନବୀନ ନିବାସ ଘେରାଉ କରିବ ବୋଲି ଚେତାବନୀ ଦେଇଛନ୍ତି।

କମିଟିର ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସରକାରୀ ଅଧିକାରୀମାନେ ସମସ୍ତ ଦାବିଗୁଡ଼ିକ ଶୁଣିବା ପରେ ୭ଦିନ ମଧ୍ୟରେ ଏ ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ଓଡ଼ିଶାର ଯେଉଁ ସହରଗୁଡ଼ିକରେ ବସ୍ତିବାସିନ୍ଦାମାନଙ୍କ ଅନ୍ୟାନ୍ୟ ସମସ୍ୟା ରହିଛି, ସେଗୁଡ଼ିକୁ ଲିଖିତ ଆକାରରେ ଦେବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି।

- Advertisement -

ଏହି ଆଲୋଚନାରେ ୫ଟି ମହାନଗର ନିଗମର ପ୍ରତିନିଧି ଯୋଗ ଦେଇଥିଲେ। ଓଡ଼ିଶା ବସ୍ତି ସଂଘର୍ଷ ସମିତିର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ଉପଦେଷ୍ଟା ପ୍ରଦୀପ ପ୍ରଧାନ, ସଂଯୁକ୍ତା ପାଣିଗ୍ରହୀ, ବସ୍ତିବାସିନ୍ଦା ଏକତା ମଞ୍ଚର ସଭାପତି ଶେଖ୍‍ ଅବଦୁଲ୍ଲା, ବିଜୟଲକ୍ଷ୍ମୀ ବେହେରା, ରଣଧୀର ଲେଙ୍କା, ଅନିଲ ମହାନ୍ତି, ମଧୁସ୍ମିତା ବେହେରା, ଆଇନଜୀବୀ ହେମନ୍ତ ସାମଲ, ବନିତା ନାୟକ, ଜୟନ୍ତ ତରାଇ, ସୁକାନ୍ତ ମହାନ୍ତି, ବିମଳ ପ୍ରସାଦ ପ୍ରମୁଖ ଏହି ଆଲୋଚନାରେ ଭାଗ ନେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories