www.samajalive.in
Sunday, December 14, 2025
16.1 C
Bhubaneswar

ମୁଣ୍ଡଳି ରାସ୍ତା ପାଲଟିଛି ମରଣଯନ୍ତା

ଆଠଗଡ: ଆଠଗଡରୁ ମୁଣ୍ତଳି ଭାୟା ମେଘା ଧୁରୁକୁଡିଆ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି। ଉକ୍ତ ୧୬ କିମି ରାସ୍ତାର ନବୀକରଣ ପାଇଁ ୧୯ କୋଟି ଟଙ୍କା ବ୍ୟୟବରାଦ ହୋଇ ଗତ ଦୁଇ ବର୍ଷ ହେଲା ଧୀର ମନ୍ଥର ଗତିରେ କାମ ଚାଲିଛି । ଗତ ଡିସେମ୍ବର ମାସରୁ କାମ ଶେଷ ହେବାର ଅବଧି ସରିଥିଲେ ମଧ୍ୟ ଏବେବି ୪୦ ପ୍ରତିଶତ କାମ ବାକି ରହିଛି। ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇ ପଡିବା ସହ ତାହା ମରଣଯନ୍ତା ପାଲଟିଯାଇଛି। ପ୍ରତିଦିନ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି। ଏ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଉଥିଲେ ମଧ୍ୟ ଠିକାସଂସ୍ଥା ଓ ପୂର୍ତ୍ତ ବିଭାଗ ଉଦାସୀନ ରହୁଛନ୍ତି।

ଏ ସମ୍ପର୍କରେ ସ୍ବେଚ୍ଛାସେବୀ ସଂଗଠନ ‘ଜୀବନ ସଂଘର୍ଷ’ ପକ୍ଷରୁ ବାରମ୍ବାର ପୂର୍ତ୍ତ ବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବା ପରେ ମିଳିଥିବା ପ୍ରତିଶୃତି ପ୍ରତିଶୃତିରେ ରହିଯାଇଛି। ଦୁଇବର୍ଷ ଧରି ରାସ୍ତା କାମ ଚାଲୁଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ଖୋଳାଖୋଳି କରିବା ଏବଂ ବର୍ଷାରେ ସୃଷ୍ଟି ହୋଇଥିବା ଖାଲଖମା ମରାମତି ହେଉନଥିବାରୁ ସାଧାରଣ ଲୋକ ଓ ପଥଚାରୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାକୁ ନେଇ ପୂର୍ବ ସୂଚନା ଅନୁଯାୟୀ ‘ଜୀବନ ସଂଘର୍ଷ’ର ସଭାପତି ନିର୍ମଳ କୁମାରଙ୍କ ନେତୃତ୍ୱରେ ବୁଧବାର କାଇପୁଡିଆ ଛକଠାରେ ପ୍ରତୀକ ଅନଶନ କରାଯାଇଥିଲା। ଅନଶନ ସ୍ଥଳରେ ଉପଦେଷ୍ଟା ବିକାଶ କୁମାର ସାହୁ, ଅରୁପାନନ୍ଦ ମଲ୍ଲିକ, ଡଃ ହରିହର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ରାସ୍ତାର ନବୀକରଣ ପାଇଁ ପ୍ରସ୍ତୁତ ନକ୍ସା ଅନୁଯାୟୀ ବୁଲାଣି ରାସ୍ତାକୁ ସିଧାସଳଖ କରିବା, ରାସ୍ତା ପାର୍ଶ୍ବରେ ପଥଚାରୀ ମାନଙ୍କ ପାଇଁ ଚଲାପଥ ନିର୍ମାଣ କରିବା, ରାସ୍ତା ପ୍ରଶସ୍ତ ହେବା ପରେ ଥୁଣ୍ଟା ଗଛକୁ କାଟିବା, ନବୀକରଣ ପରେ ରାସ୍ତା ପାର୍ଶ୍ବରେ ବୃକ୍ଷ ଚାରା ରୋପଣ କରିବା ଓ ବୁଲାଣି ରାସ୍ତାରେ ସୂଚନା ଫଳକ ଲଗାଇବା ପାଇଁ ଜୀବନ ସଂଘର୍ଷ ପକ୍ଷରୁ ଦାବି କରାଯାଇଥିଲା। ଅନଶନ ସମ୍ପର୍କରେ ଖବର ପାଇ ଆଠଗଡ ଥାନା ଆଇଆଇସି ସୁମତି ମହାନ୍ତି, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଇଃ ପ୍ରଭାତ କୁମାର ବେହେରା, ସହକାରୀ ଜିଲ୍ଲାପାଳ କାଜଲ କୁମାର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଏକ ସପ୍ତାହ ମଧ୍ୟରେ ଦାବି ଗୁଡିକ ପାଳନ କରାଯିବ ବୋଲି ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା। ଆବଶ୍ୟକ ହେଲେ ଆସନ୍ତା ୨୦ ତାରିଖ ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏ ସମ୍ବନ୍ଧରେ ଆଲୋଚନା କରାଯିବ ବୋଲି ଉପସ୍ଥିତ ଅଧିକାରୀମାନେ ସୂଚନା ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories