www.samajalive.in
Wednesday, December 10, 2025
15.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରିକେଟ ପୁରୁଷ ଦଳର ଭୁବନେଶ୍ୱର ଗସ୍ତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଆଜି ପୁରୁଷ କ୍ରିକେଟ ଦଳ ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟ ଗସ୍ତ କରିଛନ୍ତି। ସେଠାରେ ଚଳିତ ମାସ ୧୩ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ପୁରୁଷ କ୍ରିକେଟ ପ୍ରତିଯୋଗିତାରେ ଭାଗ ନେବେ। ଦଳରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ବିଭାଗର ଜିତେନ୍ଦ୍ର ବେହେରା, ଶାନ୍ତନୁ କୁମାର ସାମଲ, ସାର୍ଥକ ଦର୍ଶନ ଜାଲ୍ଲୀ, ସନ୍ଦୀପ କୁମାର ମୂର୍ତ୍ତି, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସୌରଭ କୁମାର ପ୍ରଧାନ, ଚିକିଟି ମହାବିଦ୍ୟାଳୟର ଆଦିତ୍ୟ ଦାଶ, ଅଭିଜିତ ମହାପାତ୍ର, ସୋମ ମହାପାତ୍ର, ଆସିକା ସାଇନ୍ସ କଲେଜର ମନୋଜ କୁମାର ନାହlକ, ଗୋପାଳପୁର କଲେଜର ଟୁଲା ଆୱାନ, ଜି. ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟର ବୀରେନ୍ଦ୍ର କୁମାର ପ୍ରଧାନ, ରମ୍ଭା ଶ୍ରୀ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ଚିତ୍ରସେନ ବେହେରା, ଜୟପୁର ଭି. ଦେବ କଲେଜର ଆଦିତ୍ୟ ଶତପଥୀ, ଶିମିଳିଗୁଡ଼ା କଲେଜର ମନୋଜ କୁମାର ନାୟକ, ଭଞ୍ଜନଗର କେ.ଏସ. ୟୁ. ବି କଲେଜର ବ୍ଲେଶନ ପ୍ରଧାନ, ପାରଳାଖେମୁଣ୍ଡି ଏସ. କେ. ସି. ଜି କଲେଜର ରୋହନ ଜେନା ଦଳରେ ରହିଥିବା ବେଳେ ମେନେଜର ଭାବେ ପାଟପୁର ବି. ଆର ସାଇନ୍ସ କଲେଜର ପିଇଟି ଲକ୍ଷ୍ମଣ କୁମାର ସାହୁ, କୋଚ ଭାବେ ବ୍ରହ୍ମପୁରର ଡ଼. ସୌମେନ୍ଦ୍ର କୁମାର ସାହୁ ଦଳରେ ଗସ୍ତ କରିଛନ୍ତି। କ୍ରୀଡ଼ା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କ୍ରୀଡ଼ା ପରିଷଦ ସମ୍ପାଦକ ଡ଼. ସାରଦା ପ୍ରସାଦ ସାହୁ, ଡ଼. ସୁବ୍ରତ କୁମାର ସାହୁ, ପ୍ରଣବ କୁମାର ପଟ୍ଟନାୟକ, ଡ଼ବ୍ଲୁ.ଭି ଜାନକୀରାମ, ସତ୍ୟବ୍ରତ ସାହୁ, ରବି ଚରଣ ମିଶ୍ର, ରାଜେଶ କୁମାର ମହାନ୍ତି, ସୁନିତା ପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories