www.samajalive.in
Sunday, December 7, 2025
26.1 C
Bhubaneswar

ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଲା ଡାବରଚୁଆ ଡ୍ୟାମ୍

ପାଟଣା : ରାଜ୍ୟ ସରକାର ରାଜ୍ୟରେ ନୂତନ ୨୦ ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ ଘୋଷଣା କରିଛନ୍ତି। ଏଥିରେ କେନ୍ଦୁଝର ଜିଲ୍ଲାର ସର୍ବାଧିକ ୭ଟି ସ୍ଥାନକୁ ପର୍ଯ୍ୟଟନ କେନ୍ଦ୍ର କରାଯିବାକୁ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଆଇଏଏସ ସମର୍ଥ ବର୍ମା ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗରି ପଞ୍ଚାୟତର ୪୯ ନଂ ଜାତୀୟ ରାଜପଥ ନିକଟ ଡାବରଚୁଆ ଡ୍ୟାମ ସାଇଟର ଉନ୍ନତିକରଣ କରାଯାଇ ଏହାକୁ ଏକ ମନୋରମ ପର୍ଯ୍ୟଟନସ୍ଥଳ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଜିଲାର ଆନନ୍ଦପୁର ବ୍ଲକ ବୈତରଣୀର ଦରଗୁଡିଶିଳା, ଘଟଗାଁ ବରାହଟିପୁରା ସ୍ଥିତ ନିଳକଣ୍ଠେଶ୍ୱର ମନ୍ଦିର, ବାଂଶପାଳ ବ୍ଲକର କଇଁଝର ଜଳ ପ୍ରପାତ, ଝୁମ୍ପୁରା ବ୍ଲକର କାଇଯୋଡ଼ା ଜଳ ପ୍ରପାତ, ତେଲକୋଇର ଟେଣ୍ଟେଇନାଳୀ ଜଳପ୍ରପାତ ଆଦି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ କରାଯିବ ବୋଲି ସୂଚନା ମିଳିଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories