ପାଟଣାରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଟଣା : ପାଟଣା ବ୍ୟାଡମିଣ୍ଟନ କ୍ଲବ୍ ଦ୍ବାରା ସ୍ୱାମପାଟଣା ସ୍ଥିତ ଟାଇଁଶିରା ମଙ୍ଗଳା ମନ୍ଦିର ନିକଟ ପଡ଼ିଆରେ ତିନି ଦିନିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ପାଟଣାର ଜଣାଶୁଣା କ୍ରୀଡାବିତ୍ ତଥା କେନ୍ଦୁଝର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଦାଶ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟକୁ ଶୁଭାରମ୍ଭ କରିଥିଲେ । ଇନ୍ ଡୋର୍ ଏବଂ ଆଉଟ୍ ଡୋର୍ ଦୁଇଟି ବିଭାଗର ଖେଳ ଆୟୋଜିତ ହୋଇଥିବାବେଳେ ଇନ୍ ଡୋର୍ ରେ ମୁନା ଆଣ୍ଡ ପାର୍ଟନର – କେନ୍ଦୁଝର ଚମ୍ପିୟାନ ହୋଇଥିଲେ। ସେହିପରି ରାଜୁ ଆଣ୍ଡ ରୁଦ୍ର – ପାଟଣା ଟିମ୍ ରନର୍ସ ଅପ୍ ହୋଇଥିଲେ। ଆଉଟ୍ ଡୋରରେ ରୁଦ୍ର ଆଣ୍ଡ ପାର୍ଟନର ଚମ୍ପିୟାନ ହୋଇଥିବାବେଳେ ରେହାନ୍ ଆଣ୍ଡ ପାର୍ଟନର ରନର୍ସ ଅପ୍ ହୋଇଥିଲେ। ସେମି ଫାଇନାଲରେ ବଡ଼ବିଲ ଏବଂ ରାଇସୁଆଁ ଭଲ ପ୍ରଦର୍ଶନ କରିଥିବା ସତ୍ତ୍ୱେ ଫାଇନାଲକୁ ଯିବାକୁ ସକ୍ଷମ ହୋଇ ପାରି ନଥିଲେ। ଉଦଯାପନୀ ସନ୍ଧ୍ୟାରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସବୀର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ପାଟଣା ମଣ୍ଡଳ ଭାଜପା ସଭାପତି ବ୍ରଜବନ୍ଧୁ ସେଠୀ, ସାଂସଦଙ୍କ ପ୍ରତିନିଧି ଥିବା ମଧୁସୂଦନ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଉପ ସଭାପତି ମାନସୂର୍ ଆଲମ୍, ଯୁବମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଯଶୋବନ୍ତ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

ପାଟଣାର ଭେଟରାନ ବ୍ୟାଡମିଣ୍ଟନ ଖେଳାଳୀ ମଣିଆ ବେହେରାଙ୍କୁ ଅତିଥିଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିପ୍ଳବ ପୃଷ୍ଟି ଟୁର୍ଣ୍ଣାମେଣ୍ଟର ଧାରା ବିବରଣୀ ପ୍ରଦାନ କରିଥିବାବେଳେ ଚିନ୍ମୟ ବେହେରା, ଗିତିକଣ୍ଠ ପାତ୍ର, ସମୀର୍ ଆଲମ, ସୋହରାବ ଅନସାରୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଏମ୍ ଡି ସାଜିଦ୍ ଆଲମ୍ ମ୍ୟାଚ୍ ରେଫରୀ ଦାୟିତ୍ଵ ତୁଲାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟତର ଏବଂ ସାଂସଦ ଅନନ୍ତ ନାୟକଙ୍କ ଜିଲ୍ଲା କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ପ୍ରତିନିଧି ଥିବା ସବୀର ଦାଶ ସମସ୍ତ ଯୁବଗୋଷ୍ଠୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ପାଟଣା ହେଉଛି ନିର୍ବାଚନ ମଣ୍ଡଳୀର ମୁଖ୍ୟାଳୟ। ଏଠାରେ କ୍ରୀଡ଼ା ପ୍ରତିଭାଙ୍କ ଭରପୁର ସମ୍ଭାର ଥିବା ସତ୍ତ୍ୱେ ଏଠାରେ କ୍ରୀଡାର ଭିତ୍ତିଭୂମି ନାହିଁ। ପୂର୍ବ ସରକାର୍ ସମୟରେ ପାଟଣା ଷ୍ଟାଡିୟମ୍ ଅଧା ପନ୍ତରିଆ ହୋଇ ପଡ଼ି ରହିଛି। ଇନ୍ ଡୋର୍ ଖେଳିବା ପାଇଁ ଖେଳାଳିଙ୍କ ପାଖରେ ସୁଯୋଗ ନାହିଁ। ଏ ସମସ୍ତ ଘଟଣାକୁ ମୋହନ୍ ସରକାର୍ ତନ୍ନ ତନ୍ନ କରି ଦେଖିଛନ୍ତି। ପାଟଣା ବିଧାୟକଙ୍କଠାରୁ ଆରମ୍ଭ କରି ସାଂସଦ ତଥା କ୍ରୀଡ଼ା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଯାଏ ସମସ୍ତଙ୍କ ସହିତ ଆଲୋଚନା ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କରକମଳରେ ନିଶ୍ଚିତ ଭାବରେ ପାଟଣାରେ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା କରାଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମୋହନ୍ ମାଝୀଙ୍କ ଦ୍ଵାରା କେନ୍ଦୁଝରରେ ମେଗା ଇସ୍ପାତ କାରଖାନାକୁ ପ୍ରତିଷ୍ଠା କରିବାର ଲକ୍ଷ୍ୟ ଆଜି ପୂରଣ ହେବାକୁ ଯାଉଛି। ପାଟଣା ନିର୍ବାଚନ ମଣ୍ଡଳୀ ଆଜି ଏକ ସ୍ଵର୍ଣ୍ଣ ଯୁଗକୁ ସ୍ଵାଗତ କରିବାକୁ ଅପେକ୍ଷା କରିଛି। ଏ ପରିସ୍ଥିତିରେ ପାଟଣାରେ ଇନ୍ ଡୋର୍ ଓ ଆଉଟ୍ ଡୋର୍ ଷ୍ଟାଡିୟମ୍ ପ୍ରତିଷ୍ଠା କରାଯିବା ଲକ୍ଷ୍ୟ ସାଧାରଣ କ୍ରୀଡାବିତ୍ ମାନଙ୍କ ପାଇଁ ପୁରସ୍କାର ସାଜିବ ବୋଲି ସେ କହିଛନ୍ତି। ମାଟିର ପୁଅ ଭାବରେ ପୂର୍ବ ସରକାର୍ ଯାହା କରି ନଥିଲେ ଆମ ସରକାର୍ କିପରି ଭାବରେ କରିବେ ତାକୁ ନେଇ ଚେଷ୍ଠିତ ରହିବାକୁ ସେ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.