www.samajalive.in
Saturday, December 6, 2025
15.1 C
Bhubaneswar

ବିହାରକୁ ୯-୦ରେ ହରାଇଲା ଓଡ଼ିଶା

କଟକ: କେରଳର କୋଲ୍ଲମ୍ ସହରରେ ଚାଲିଥିବା ୯ମ ହକି ଇଣ୍ଡିଆ ଜାତୀୟ ଜୁନିୟର ମହିଳା ହକି ପ୍ରତିଯୋଗିତାରେ ଶନିବାର ଓଡ଼ିଶା ଦଳ ବିଜୟୀ ହୋଇଛି। ପୁଲ୍‌ ‘ଡି’ର ଏକ ମ୍ୟାଚ୍‌ରେ ବିହାରକୁ ୯-୦ ଗୋଲ୍‌ର ବିପୁଳ ବ୍ୟବଧାନରେ ଓଡ଼ିଶା ପରାସ୍ତ କରିଛି। ଓଡ଼ିଶା ପାଇଁ ଅବିନାଶା ମୁକ୍ତି ସୁରିନ୍ ୨୮, ୩୨ ଓ ୩୮ ମିିନିଟରେ ୩ଟି ଗୋଲ୍‌ଦେଇ ହାଟ୍ରିକ୍ ଅର୍ଜନ କରିଥିଲେ। ନେହା ଲାକ୍ରା ୬ ଓ ୨୨ ମିନିଟରେ ୨ଟି ଗୋଲ୍ ଦେଇଥିଲେ। ମନୀଷା ମିଞ୍ଜ୍, ରଶ୍ମି କିଷାନ୍ ଓ ସରିତା କେରକେଟା ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ପ୍ରଥମ ମ୍ୟାଚ୍‌ରେ କର୍ଣ୍ଣାଟକ ସହ ହକି ଓଡ଼ିଶା ୨-୨ ଗୋଲ୍‌ରେ ମ୍ୟାଚ୍ ଡ୍ର ରଖିଥିଲା। ମଧ୍ୟପ୍ରଦେଶର ଗ୍ବାଲିୟରରେ ଚାଲିଥିବା ୯ମ ହକି ଇଣ୍ଡିଆ ଜାତୀୟ ସିନିୟର ପୁରୁଷ ହକି ଚମ୍ପିଆନ୍‌ସିପରେ ଓଡ଼ିଶା ଓ କାନାରା ବ୍ୟାଙ୍କ୍ ମଧ୍ୟରେ ୨ୟ ଲିଗ୍ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ଡ୍ର ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories