www.samajalive.in
Sunday, December 14, 2025
23.1 C
Bhubaneswar

କମିଲାଣି ରାତି ତାପମାତ୍ରା: ଘନ କୁହୁଡି ନେଇ ୪ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିଲା। ଫଳସ୍ବରୂପ ଗତ ତିନିଦିନ ମଧ୍ୟରେ କିଛି ସହରରେ ସର୍ବନିମ୍ନ ତାପମାତ୍ରା ୯ଡିଗ୍ରୀରୁ ଊର୍ଦ୍ଧ୍ବ ହ୍ରାସ ପାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର ଏବଂ କୋରାପୁଟକୁ ଶୀତ ଫେରିଛି। ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ରହିଛି। ଫେବୃଆରୀ ୬ରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୮.୮ ଡିଗ୍ରୀ ଥିବାବେଳେ ୯ରେ ୮.୮ଡିଗ୍ରୀକୁ ଖସିଛି। ସେହିଭଳି ୬ତାରିଖରେ ଝାରସୁଗୁଡ଼ାରେ ରାତି ତାପମାତ୍ରା ୧୮.୩ ଡିଗ୍ରୀ ଥିବାବେଳେ ୯ରେ ୯.୭ଡିଗ୍ରୀ ରହିଛି। ରାଉରକେଲାରେ ୯.୨ ଡିଗ୍ରୀ ଏବଂ ଝାରସୁୁଗୁଡ଼ାରେ ୮.୬ଡିଗ୍ରୀ ପାରଦ ହ୍ରାସ ପାଇଛି। ଉଭୟ ସହରରେ ଶୀତ ପଡୁଥିବା ବେଳେ ସୁନ୍ଦରଗଡ଼ ଏବଂ କିରେଇ ୧୧.୨ଡିଗ୍ରୀ ଲେଖାଏଁ ରହିଛି। କେନ୍ଦୁଝର ୧୨, ଅନୁଗୋଳ ୧୩.୬, ଫୁଲବାଣୀ ୧୩, ଘୁ.ଉଦୟଗିରି ୧୧, ଦାରିଙ୍ଗବାଡ଼ି ୧୩.୫, ସୁବର୍ଣ୍ଣପୁର ୧୩.୮, ସମ୍ବଲପୁର ୧୩.୮, ଭୁବନେଶ୍ବର ୧୮.୪ ଏବଂ କଟକରେ ୧୭ଡିଗ୍ରୀ ରହିଛି। କିଛି ଦିନ ହେଲା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ଯୋଗୁଁ କେତେକ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା; କିନ୍ତୁ ୯ରେ ଦିନ ତାପମାତ୍ରା ୩୪ଡିଗ୍ରୀ ତଳେ ରହିଛି। ରବିବାର ସକାଳେ କୋରାପୁଟ ଏବଂ ଗୋପାଳପୁରରେ କୁହୁଡ଼ି ପଡ଼ିଥିଲା। ଆଜି  ସକାଳେ କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଏବଂ ନୟାଗଡ଼ା ଜିଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇଛି । କୋରାପୁଟ, ନବରଙ୍ଗପୁର, ଗଜପତି ଏବଂ ଗଞ୍ଜାମ ଜିଲାକୁ ଘନ କୁହୁଡ଼ି ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories