www.samajalive.in
Saturday, December 13, 2025
26.1 C
Bhubaneswar

୫୭ ବର୍ଷ ପରେ ଶକ୍ତିଶାଳୀ ଗ୍ରହଙ୍କ ମହାସଂଯୋଗ, ଏହି ରାଶି ହେବେ ଭାଗ୍ୟବାନ୍‌, ଧନ ଠାରୁ ଚାକିରି ସବୁ ଚିନ୍ତା ଦୂର ହେବ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାର୍ଚ୍ଚ ୨୦୨୫ ମାସ ଖୁବ୍‌ ଖାସ୍‌ ବୋଲି କୁହାଯାଉଛି । କାରଣ ଏହି ମାସରେ ଅନେକ ଶକ୍ତିିଶାଳୀ ଗ୍ରହ ରାଶି ପରିବର୍ତ୍ତନ କରିବେ । ମାର୍ଚ୍ଚରେ ୬ ଗ୍ରହ ମୀନ ରାଶିରେ ଏକାଠି ଚଳନ କରିବା ଦ୍ୱାରା ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି ।
ରାହୁ, ଶୁକ୍ର, ମୀନ ରାଶିରେ ପ୍ରଥମେ ବିରାଜମାନ କରିବେ । ୨୯ ମାର୍ଚ୍ଚରେ ଶନି ମଧ୍ୟ ମୀନ ରାଶିରେ ପ୍ରବଶେ କରିବେ । ଏହାସହ ବୁଧ ମଧ୍ୟ ମୀନ ରାଶିରେ ଚଳନ କରିବେ । ୧୪ ମାର୍ଚ୍ଚରେ ସୂର୍ଯ୍ୟ ମଧ୍ୟ ମୀନ ରାଶିରେ ଚଳନ କରିବେ ଓ ୨୮ ମାର୍ଚ୍ଚରେ ଚନ୍ଦ୍ରମା ମୀନ ରାଶିରେ ଚଳନ ପରେ ୨୯ ମାର୍ଚ୍ଚରେ ୬ ଗ୍ରହ ମୀନ ରାଶିରେ ଏକାଠି ହେବେ ।
ଗ୍ରହଙ୍କ ଏହି ମହାସଂଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ଜାଣନ୍ତୁ..
ବୃଷ- ଗ୍ରହଙ୍କ ମହାସଂଯୋଗ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍‌ ଶୁଭଙ୍କର । ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ । ସକରାତ୍ମକ ବାତାବରଣ ରହିବ ।
ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଶୁଭ ସମୟ ଆରମ୍ଭ ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଉନ୍ନତ ରହିବ । ଚାକିରିରେ ପଦନ୍ନୋତି ସହ ଦରମା ବୃଦ୍ଧିର ମଧ୍ୟ ଯୋଗ ରହିଛି ।
କନ୍ୟା- ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଧନ ଲାଭର ଯୋଗ ରହିଛି । ବ୍ୟବସାୟୀ ଲାଭବାନ୍‌ ହେବେ । ଶୁଭ ଖବର ମିଳିବ ।
ମକର- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସମସ୍ୟା ଦୂର ହେବ । କରଜରୁ ମୁକ୍ତି ମିଳିବ । ଧନ ପ୍ରାପ୍ତି ହେବ । ଅଟକି ଥିବା କାମରେ ସଫଳତା ମିଳିବ ।
କୁମ୍ଭ- କର୍ମକ୍ଷେତ୍ର ଓ ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ଅଧିକାରୀ ସମ୍ମାନିତ ହେବେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories