www.samajalive.in
Sunday, December 14, 2025
19.1 C
Bhubaneswar

ଦିଲ୍ଲୀରେ ବିଜେପି ବିଜୟ ପରେ ପ୍ରବାସୀ ଓଡିଆଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦୁଝର ସାଂସଦ

ପାଟଣା: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟୀ ସପକ୍ଷରେ ମିଳିଥିବା ଜନାଦେଶ ପରେ କେନ୍ଦୁଝର ସାଂସଦ ତଥା ଦିଲ୍ଲୀ ବିଜେପି ଓଡିଆ ସେଲର ପ୍ରଭାରୀ ଅନନ୍ତ ନାୟକ ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କ ପ୍ରତି ଦଳ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଗତ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡିଆ ମାନେ ଭାରତୀୟ ଜନତା ପାର୍ଟି ପ୍ରତି ଅଜସ୍ର ସମର୍ଥନ ପ୍ରଦାନ କରିଥିବା କାରଣରୁ ପ୍ରବାସୀ ଓଡିଆ ବହୁଳ ବିଧାନସଭା ଆସନ ଗୁଡିକରେ ବିଜେପି ପ୍ରାର୍ଥୀ ମାନେ ବିଜୟୀ ହୋଇ ପାରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କୁ ଦଳର କେନ୍ଦ୍ରୀୟ ନେତୃତ୍ୱ ଦିଲ୍ଲୀ ବିଜେପି ଓଡିଆ ସେଲର ପ୍ରଭାରୀ ଭାବେ ଦାୟିତ୍ୱ ଦେଇଥିଲା ଓ ବିଧାନସଭା ନିର୍ବାଚନ ପରିଚାଳନାରେ ତାଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହିଥିଲା। ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କ ନିକଟକୁ ପହଂଚିବା ଓ ସେମାନଙ୍କର ସମର୍ଥନ ହାସଲ କରିବା ପାଇଁ ସେ ରଣନୀତି ପ୍ରସ୍ତୁତ କରିଥିଲେ। ସେ ନିଜେ ପ୍ରବାସୀ ଓଡିଆ ବହୁଳ ୧୭ଟି ବିଧାନସଭା ଆସନରେ ଯାଇ ପ୍ରଚାର କରିଥିଲେ। ସେ ପ୍ରଚାର କରିଥିବା ୧୭ଟି ବିଧାନସଭା ଆସନରୁ ୧୪ଟି ଆସନରେ ବିଜେପି ପ୍ରାର୍ଥୀ ମାନେ ବିଜୟୀ ହୋଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ପ୍ରତିକ୍ରିୟାରେ ଶ୍ରୀ ନାୟକ କହିଛନ୍ତି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ମିଳିଥିବା ପ୍ରଚଣ୍ଡ ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଭାରତୀୟ ଜନତା ପାର୍ଟିର ନୀତି ପ୍ରତି ବିଶ୍ୱାସର ପ୍ରତୀକ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories