www.samajalive.in
Sunday, December 7, 2025
16.1 C
Bhubaneswar

୫ ମାସରେ ଯୋଡ଼ା ହୋଇଛି ୩୯ ଲକ୍ଷ ମତଦାତାଙ୍କ ନାମ

ନୂଆଦିଲ୍ଲୀ: ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ରରେ ମତଦାତାଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିଗଲା କେମିତି ବୋଲି ପ୍ରଶ୍ନ କରିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ନିର୍ବାଚନ ଆୟୋଗଙ୍କ ନିକଟରେ ଏ ସମ୍ପର୍କରେ ସେ ଆପତ୍ତି ଉଠାଇ ଗଣମାଧ୍ୟମକୁ ଦର୍ଶାଇଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ ବ୍ୟବଧାନ ଥିଲା ମାତ୍ର ୫ମାସ। ଏହି ନିର୍ବାଚନ ସମୟରେ ରାଜ୍ୟର ମତଦାତା ତାଲିକାରେ ୭୦ ଲକ୍ଷ ନୂଆ ନାମ ସଂଯୋଗ କରାଯାଇଛି। ବିଶେଷକରି ଦୁଇ ନିର୍ବାଚନ ମଧ୍ୟରେ ପ୍ରକୃତ ମତଦାତା ତୁଳନାରେ ଅଧିକ ୩୯ ଲକ୍ଷ ନାମ ଯୋଡ଼ାଯାଇଛି। ତଥ୍ୟରେ ତାଳମେଳ ଅଭାବ ଯୋଗୁଁ ସନ୍ଦେହ ସୃଷ୍ଟି ହେଉଛି। ପାଞ୍ଚ ବର୍ଷ ବି ଏତିକି ମତଦାତା ଯୋଡ଼ିହେବା ନେଇ ସନ୍ଦେହ ରହିଛି। ଏହା ହିମାଚଳ ପ୍ରଦେଶର ଜନସଂଖ୍ୟା ସହ ସମାନ। ମହାରାଷ୍ଟ୍ରରେ ସାବାଳକଙ୍କ ସଂଖ୍ୟା ୯କୋଟି ୫୪ ଲକ୍ଷ ଥିଲାବେଳେ ମତଦାତାଙ୍କ ସଂଖ୍ୟା ୯କୋଟି ୭୦ ଲକ୍ଷ ସରକାରୀ ତଥ୍ୟ କହୁଛିଟ୍ଟ କିନ୍ତୁ ରାଜ୍ୟରେ ଏହାଠାରୁ ଅଧିକ ମତଦାନ ହୋଇଛି। ଗତ ୫ ବର୍ଷଟ୍ଟ ଅର୍ଥାତ୍‌ ୨୦୧୯ରୁ ୨୦୨୪ ମଧ୍ୟରେ ରାଜ୍ୟର ମତଦାତା ତାଲିକାରେ ୩୨ଲକ୍ଷ ନାମ ଯୋଡ଼ା ହୋଇଥିଲାବେଳେ ମାତ୍ର ୫ ମାସରେ କେମିତି ୩୯ଲକ୍ଷଙ୍କ ନାମ ସାମିଲ ହେଲା ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଯେଉଁମାନଙ୍କର ବା ଯେତିକି ନାମ ସଂଯୋଗ ହୋଇଛି ସେଥିରେ ଅଧିକାଂଶ ଏସ୍‌ସି/ଏସ୍‌ଟିବ ବର୍ଗର ଏବଂ ସବୁ ଭୋଟ୍‌ ବିଜେପି ସପକ୍ଷରେ ଯାଇଛି। ଏହାଦ୍ବାରା ନିର୍ବାଚନରେ ଅନିୟମିତତା ସ୍ପଷ୍ଟ ବୋଲି କହିବା ସହ ନିର୍ବାଚନ ଆୟୋଗଙ୍କଠାରୁ ଏହା ଉପରେ ସ୍ପଷ୍ଟୀକରଣ ଦାବି କରିଛନ୍ତି ରାହୁଲ। ଲୋକସଭାରେ ମଧ୍ୟ ରାହୁଲ ଏହି ପ୍ରସଙ୍ଗ ଉତ୍ଥାପନ କରିଥିଲେ।
ଅପରପକ୍ଷରେ ମହାରାଷ୍ଟ୍ରରେ ‘ଇଣ୍ଡି’ ମେଣ୍ଟର ସଦସ୍ୟ ଥିବା ଉଦ୍ଧବ ଠାକ୍‌ରେଙ୍କ ଶିବସେନା (ୟୁବିଟି) ଓ ଶରଦ ପୱାରଙ୍କ ଏନ୍‌ସିପି (ଏସ୍‌ସିପି) ଏହି ପ୍ରସଙ୍ଗରେ ରାହୁଲଙ୍କୁ ସମର୍ଥନ କରିଛନ୍ତି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାହୁଲଙ୍କ ସହ ଶିବସେନାର ସଞ୍ଜୟ ରାଉତ ଓ ଏନ୍‌ସିପିର ସୁପ୍ରିୟା ସୁଲେ ନିର୍ବାଚନ ଆୟୋଗଙ୍କଠାରୁ ବାସ୍ତବ ତଥ୍ୟ ଦାବି କରିଛନ୍ତି। ନିର୍ବାଚନ ଆ‌େୟାଗ ପ୍ରକୃତ ମତଦାତାଙ୍କ ତାଲିକା ପ୍ରଦାନ ପୂର୍ବକ ନିଜ ଦାୟିତ୍ବବୋଧର ପରିଚୟ ଦେବା ସହ ସ୍ବଚ୍ଛତା ପ୍ରତିପାଦିତ କରନ୍ତୁ ବୋଲି ସେମାନେ ଆହ୍ବାନ କରିଛନ୍ତି। ବର୍ତ୍ତମାନ ସମ୍ବିଧାନକୁ ଧ୍ବଂସ କରିଦେବା ଉଦ୍ୟମ ଚାଲିଛିଟ୍ଟ କିନ୍ତୁ ଆମେ ଏହାର ସୁରକ୍ଷା ପାଇଁ ଉଦ୍ୟମ ଅବ୍ୟାହତ ରଖିଛୁ ବୋଲି ରାହୁଲ କହିଛନ୍ତି। ନିର୍ବାଚନ ଆୟୋଗ ଠିକ୍‌ ତଥ୍ୟ ଦେଉନାହାନ୍ତି। ଏହାଦ୍ବାରା ମାମଲା ଗଡ଼ବଡ଼ ଥିବା ସନ୍ଦେହ ହେଉଛି। ଆୟୋଗ ମତଦାତାଙ୍କ ତାଲିକା ନଦେଲେ ଆମେ ନ୍ୟାୟାଳୟର ଦ୍ବାରସ୍ଥ ବୋଲି ରାହୁଲ କହିଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ ତଥ୍ୟ ନଦେଲେ ଆୟୋଗ କେନ୍ଦ୍ର ସରକାରଙ୍କ କ୍ରୀତଦାସ ବୋଲି ଆମେ ନିଶ୍ଚିତ ହେବୁ।
ରାହୁଲଙ୍କ ଅଭିଯୋଗର ତୁରନ୍ତ ଜବାବ ରଖିଛନ୍ତି ନିର୍ବାଚନ ଆୟୋଗ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ ଖୁବ୍‌ ଶୀଘ୍ର ଏ ସମ୍ପର୍କିତ ତଥ୍ୟ ଲିଖିତ ଆକାରରେ ପ୍ରଦାନ କରାଯିବ। ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ହେଉଛନ୍ତି ପ୍ରମୁଖ ଅଂଶୀଦାର। ସେମାନଙ୍କ ମତ, ପ୍ରଶ୍ନ ଓ ଅଭିଯୋଗ ଉପରେ ତୁରନ୍ତ ପଦ​‌େ​‌କ୍ଷପ ନେବା ଆୟୋଗଙ୍କ କର୍ତ୍ତବ୍ୟ ବୋଲି ‘ଏକ୍ସ’ରେ ଉଲ୍ଲେଖ ରହିଛିଟ୍ଟ ତେବେ ଏଥିରେ ରାହୁଲଙ୍କ ନାମ ନିଆଯାଇନାହିଁ। ଅପରପକ୍ଷରେ ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ କହିଛନ୍ତି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ସ୍ପଷ୍ଟ ହେବା ପରେ କଂଗ୍ରେସ ନେତା ଏଭଳି ଅବାନ୍ତର ଅଭିଯୋଗ ଆଣିଛନ୍ତି। ନିର୍ବାଚନ ଆୟୋଗ ପୂର୍ବରୁ ସମସ୍ତ ତଥ୍ୟ ପ୍ରଦାନ କରିସାରିଥିବା ଦେବେନ୍ଦ୍ର କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories