www.samajalive.in
Saturday, December 13, 2025
26.1 C
Bhubaneswar

ପୁଣି ଥରେ ଦିଲ୍ଲୀ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରର ସ୍କୁଲକୁ ପୁଣି ଥରେ ମିଳିଛି ବୋମା ଧମକ । ଧମକପୂର୍ଣ୍ଣ ମେଲ୍‌ ପାଇବା ପରେ ଅଧିକାରୀ ପୁଲିସ ଓ ବୋମା ନିଷ୍କ୍ରିୟ ଦଳକୁ ଘଟଣାସ୍ଥଳକୁ ପଠାଇଛନ୍ତି । ସ୍କୁଲରେ ସମସ୍ତ ଯାଞ୍ଚ କରାଯାଇଛି । ମାତ୍ର ସ୍କୁଲରୁ କିଛି ଜବତ ହୋଇ ନାହିଁ । ଏହାପର୍ବୂରୁ ଗତ ୫ ଫେବୃଆରୀରେ ଗୌତ୍ତମବୁଦ୍ଧ ନଗର ଜିଲାରେ ନୋଏଡାର ୪ଟି ସ୍କୁଲକୁ ବୋମା ଧମକ ମିଳି ସାରିଛି । ଖବର ପାଇବା ପରେ ସ୍କୁଲରେ ସମସ୍ତ ପ୍ରକାର ଯାଞ୍ଚ କରାଯାଇଥିଲା ମାତ୍ର କୌଣସି ସନ୍ଦିଗ୍ଧ ଜିନିଷ ମିଳି ନଥିଲା ।
ମୟୁର ବିହାର-୧ରେ ସ୍ଥିତ ଏହଲକୋନ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ପକ୍ଷରୁ ପାଣ୍ଡବନଗର ଏସଏଚଓଙ୍କୁ ସୂଚନା ଦେଇଛନ୍ତି, ସ୍କୁଲର ପ୍ରିନ୍ସିପାଲ ସ୍କୁଲରେ ବୋମା ଥିବା ନେଇ ଇ-ମେଲ୍‌ ପାଇଥିଲେ । ସକାଳ ୬ଟା ୪୦ରେ ଏହି ଖବର ମିଳିବା ପରେ ପୁଲିସ ଓ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଏଥର ମହାଶିବରାତ୍ରୀରେ ମହାସଂଯୋଗ: ଏହି ରାଶିଙ୍କୁ ମାଲାମାଲ୍‌ କରିବେ ପ୍ରଭୁ ଶିବଶଙ୍କର, ହେବେ ଭାଗ୍ୟଶାଳୀ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories