www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ​‌ଚେତାବନୀ: ‘କାଶ୍ମୀରକୁ ତୁମ ହାତରୁ ଛଡ଼ାଇ ନେବୁ’

ଲାହୋର: ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ପାକିସ୍ତାନୀ ଆତଙ୍କବାଦୀ ହାଫିଜ୍ ସଇଦର ପୁଅ ହାଫିଜ୍ ତଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚେତାବନୀ ଦେଇଛି। କାଶ୍ମୀର ଏକତା ଦିବସ ଉପଲକ୍ଷେ ଲାହୋରରେ ଆୟୋଜିତ ଏକ ରାଲିରେ ତଲା କହିଛି ଯେ, କାଶ୍ମୀରକୁ ଭାରତର କବଳରୁ ମୁକ୍ତ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ସଇତାନ’ ବୋଲି ସମ୍ବୋଧନ କରି ସେ କହିଛି ଯେ କାଶ୍ମୀର ମୁସଲମାନଙ୍କ ଅଞ୍ଚଳ। ଆମେ କାଶ୍ମୀରକୁ ମୋଦୀଙ୍କ ହାତରୁ ଛଡାଇ ନେବୁ। ଏହା ପାକିସ୍ତାନ ଅଂଶ ହେବ। କାଶ୍ମୀରକୁ ଅକ୍ତିଆର କରିବା ସହିତ ଜେଲ୍‌ରେ ଥିବା ତା’ର ବାପାର ମୁକ୍ତି ପାଇଁ ତଲା ଦାବି କରିଛି। ତଲା କହିଛି ଯେ ଆମେରିକା ଓ ଜାତିସଂଘ ତା’ ବାପା ହାଫିଜ ସଇଦକୁ ନିନ୍ଦିତ କରିବାକୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ମାତ୍ର ଏପରି ଘୋଷଣା କୌଣସି ପ୍ରଭାବ ପକାଇପାରିବ ନାହିଁ। ହାଫିଜକୁ ତୁରନ୍ତ ଜେଲ୍‌ରୁ ମୁକ୍ତ କରିବା ଲାଗି ସେ ପାକିସ୍ତାନ ସରକାରଙ୍କୁ ଆହ୍ବାନ ଦେବା ସହିତ ଏଥିପାଇଁ ଆଇନରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛି।

୨୦୦୮ରେ ମୁମ୍ବଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହାଫିଜ୍ ସଇଦ ଦ୍ବାରା ପ୍ରତିଷ୍ଠିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଦ୍ବାରା କରାଯାଇଥିଲା। ପାକିସ୍ତାନ ସରକାର ଏହି ସଂଗଠନକୁ ନିଷିଦ୍ଧ କରିବା ପରେ ହାଫିଜ୍ ଏହାର ନାମ ପରିବର୍ତ୍ତନ କରି ଜମାତ୍-ଉଦ୍‌-ଦାୱା (ଜେୟୁଡି) ରଖିଛି। ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଇବା ଅଭିଯୋଗରେ ହାଫିଜ୍ ସଇଦ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଅଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories