ଟମାଟୋ କେଜି ୨ ଟଙ୍କା

ପଦ୍ମପୁର : ଜିଲ୍ଲାର ବହୁଳ ପନିପରିବା ଚାଷ ହେଉଥିବା ପଦ୍ମପୁର ଅଞ୍ଚଳରେ ଟମାଟୋ ଚାଷ ଏବେ ଅଭାବି ବିକ୍ରିର ସମ୍ମୁଖୀନ ହେଉଛି। ୨୫କେଜି ଟମାଟୋକୁ ମାତ୍ର ୬୦ ଟଙ୍କାରେ ବିକୁଛି ଚାଷୀ। ଅର୍ଥାତ୍ କିଲୋ ପିଛା ତିନି ଟଙ୍କାରୁ ବି କମ୍ ପାଉଛି ଚାଷୀ। ସ୍ଥିତି ଏମିତି ଯେ ବଜାରକୁ ନେବା ବାବଦ ପରିବହନ ଖର୍ଚ୍ଚରୁ ବର୍ତ୍ତିବା ସକାଶେ ଚାଷୀ ଜମି ମୁଣ୍ଡରେ ହିଁ ବେପାରୀ ହାତକୁ ଟେକି ଦେଉଛି। ଗତ ବର୍ଷ ୨୫ ଜେଡି ଟ୍ରେ’କୁ ଚାଷୀ ୩୫୦ ରୁ ୪୦୦ ଟଙ୍କାରେ ବିକୁ ଥିଲା। କିନ୍ତୁ ଏବେ ଗତବର୍ଷ ତୁଳନାରେ ପ୍ରାୟ ଅଧାଠୁ ମଧ୍ୟ ଆହୁରି କମ୍ ଦରରେ ଚାଷୀ ଟମାଟୋ ବେପାରୀକୁ ବିକିବାକୁ ବାଧ୍ୟ ହେଉଥିବା କହିଛନ୍ତି ଚାଷୀ।
ଗୋଟିଏ ଏକର ଜମିରେ ଯେତିକି ଖର୍ଚ୍ଚ କରି ଟମାଟୋ ଚାଷ କରଯାଉଛି, ଚାଷୀ ବର୍ତ୍ତମାନ ସେତିକି ମୂଲ୍ୟ ବି ପାଉନି । ତାର ପରିଶ୍ରମ, ବିହନ- ସାର- ଜଳସେଚନ ଖର୍ଚ୍ଚରୁ ଆରମ୍ଭ କରି ତୋଳା ମୂଲ୍ୟ ସୁଦ୍ଧା ପାଇବା ଚାଷୀ ପାଇଁ କାଠିକର ହେଇପଡୁଛି। ଆଉ ଆଗ ଭଳି ଚାଷ କରିବାକୁ ଇଛା ହେଉନାହିଁ ବୋଲି ନିରାଶ ବ୍ୟକ୍ତ କରୁଛନ୍ତି ଚାଷୀ। ତେଣେ ଚାଷୀ ଠାରୁ କମ୍ ମୂଲ୍ୟରେ ଆଣି ବଜାରରେ କେଜି ପିଛା ପ୍ରାୟ ୨ ଗୁଣା ଦର ଅର୍ଥାତ ୬ ଟଙ୍କାରୁ ୭ ଟଙ୍କାରେ ଟମାଟୋ ବିକ୍ରୀ କରୁଛନ୍ତି ହୋଲ୍‌ସେଲ୍‌ ଓ ଖୁଚୁରା ବେପାରୀ । ଚାଷୀ କ୍ଷତି ସହୁଛି, ଲାଭବାନ୍‌ ହେଉଛନ୍ତି ବେପାରୀ, ଦର କମ୍ ଥାଇ ମଧ୍ୟ ପକେଟରୁ ଅଧିକ ଖର୍ଚ୍ଚ କରୁଛନ୍ତି ଖାଉଟି। ହତାଶ ଚାଷୀ ଜମିରୁ ମୁହଁ ମୋଡିବାରେ ଲାଗିଛନ୍ତି।

ଏଭଳି ପରିସ୍ଥିତି ଯଦି ଲାଗି ରହେ ତେବେ ଚାଷୀକୁ ତ ତୋଳା ମୂଲ ମିଳିବ ନାହିଁ ବୋଲି କହିଛନ୍ତି ଚାଷୀ । ଚାଷୀ ଗୋଟେପଟେ ଶୋଷଣର ଶିକା ହେଉଥିବା ବେଳେ ଅଞ୍ଚଳରେ ଚାଷୀଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ କୈାଣସି ପ୍ରୋତ୍ସାହନ ମିଳୁନଥିବା କହିଛନ୍ତି। ନା ଅଛି ଶୀତଳଭଣ୍ଡାର ନା ଅଛି ପ୍ରୋସେସିଂୟୁନିଟ୍ ଯାହାଦ୍ବାରା ଟମାଟୋ ହେଉ କି ବିଭିନ୍ନ ପନିପରିବା ହେଉ ଗଛିତ ରଖିବା ସମ୍ଭବ ହୋଇପାରୁନଥିବା କହିଛନ୍ତି ଚାଷୀ । ଫଳରେ ଟମାଟୋ ସମେତ ଅନ୍ୟ ପନିପରିବା ସଂରକ୍ଷିତ କରି ରଖିବାକୁ ବ୍ୟବସ୍ଥା ଅଭାବରୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଟମାଟୋ ଗଛରେ ନଷ୍ଟ ହୋଇଯାଉଛି। ବାଧ୍ୟ ହୋଇ ଟମାଟୋ କମ୍ ଦରରେ ବିକ୍ରି କରୁଛନ୍ତି । ଦିନ ତମାମ ଜମିରେ ଖଟିଲେ ମଜୁରି ମଧ୍ୟ ମିଳିବା କଷ୍ଟ ହୋଇପଡିଥିବା ଚାଷୀ କହିଛନ୍ତି। ଯଦି ଉଦ୍ୟାନ ବିଭାଗ ଅଧିକାରୀ, ସମବାୟ ଓ ଅନ୍ୟ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରି ଟମାଟୋର ଠିକ୍ ବଜାର ବ୍ୟବସ୍ଥା ସାଙ୍ଗକୁ ଶୀତଳ ଭଣ୍ଡାରରେ ସଂରକ୍ଷଣ ନେଇ ପଦକ୍ଷେପ ନେଇଥାନ୍ତେ ତେବେ ଏହାର ସୁଫଳ ଚାଷୀ ପାଇପାରନ୍ତେ ବୋଲି ମତ ରଖିଛନ୍ତି ଚାଷୀ ନେତା ତ୍ରିପତି ଗମାଙ୍ଗ। ଅତୀତରେ ଯେବେ ଟମାଟୋ ଅଭାବି ବିକ୍ରି ଜିଲ୍ଲାରେ ପରିଲକ୍ଷିତ ହୋଇଛି, ସେତେବେଳେ ରାଜ୍ୟ ଓ ଜିଲ୍ଲାସ୍ତରର ଅଧିକାରୀ ମାନେ ପହଞ୍ଚି ମହିଳା ଗୋଷ୍ଠି ଓ ଚାଷୀଙ୍କୁ ଟମାଟୋ ସସ୍ ଉଦ୍ୟୋଗ ନେଇ ଚଷାଙ୍କୁ ବୁଝାଉଥିଲେ, କିନ୍ତୁ ତାହା ଆଶ୍ୱାସନାରେ ରହିଯାଇଛି। ଚିତ୍ର କିଛି ବଦଳି ନାହିଁ। ତେଣୁ ସ୍ଥାନୀୟ ଅଞ୍ଚଳରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ସହ ଚାଷୀଙ୍କୁ ସସ୍, ଜେଲି, ଜାମ ଭଳି ବିଭିନ୍ନ ପ୍ରକ୍ରିୟାକରଣ ପ୍ରଶିକ୍ଷଣ ଦେବାକୁ ଚାଷୀ ଦାବି କରିଛନ୍ତି। ଏବେ ଚାଷୀ ମୁଣ୍ଡରେ ହାତ ଦେଇ ହତାଶ ହୋଇ ବସି ରହିଛି।

ଏଥର ମହାଶିବରାତ୍ରୀରେ ମହାସଂଯୋଗ: ଏହି ରାଶିଙ୍କୁ ମାଲାମାଲ୍‌ କରିବେ ପ୍ରଭୁ ଶିବଶଙ୍କର, ହେବେ ଭାଗ୍ୟଶାଳୀ

Comments are closed.