ମୋହନା : ଗଜପତି ଜିଲା ମୋହନା ପୁଲିସ ଏକ ଟକ୍ର ସହ ବିପୁଳ ପରିମାଣର ପିଆଶାଳ କାଠ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫମାନେ ହେଲେ କଂସାମାରୀ ଗ୍ରାମର ପଦ୍ମ ଦୋରା (୬୨) ଓ ଡେଙ୍ଗାଓସ୍ତା ଗ୍ରାମର ରବିନ୍ଦ୍ର ବିଶ୍ୱାଳ (୪୨)। ପୁଲିସର ସୂଚନା ଅନୁସାରେ, ଗତକାଲି ରାତିରେ ପୁଲିସ ପକ୍ଷରୁ ଅଡବାରୁ ମୋହନା ମଧ୍ୟରେ ପେଟ୍ରୋଲିଂ ଚାଲିଥିଲା। ବିଳମ୍ବିତ ରାତିରେ ଶୁଖିଲାଆମ୍ବ ଛକରେ ମିନିଟ୍ରକ (ଓଡି ୦୭ ୮୦୫୧)କୁ ଯାଂଚ କରାଯାଇଥିଲା। ଏଥିରେ ୨୪୧ଟି ପିଆଶାଳ କାଠ ବ୍ରହ୍ମପୁର ଅଞ୍ଚଳକୁ ଚୋରାଚାଲାଣ ହେଉଥିବା ଜଣା ପଡିଥିଲା। ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ ବେହେରା କହିଛନ୍ତି। ଜବତ କାଠ ଏବଂ ମିିନିଟ୍ରକକୁ ସ୍ଥାନୀୟ ବନବିଭାଗକୁ ହସ୍ତାନ୍ତର କରାଯାଇଛି। ବନବିଭାଗ ପକ୍ଷରୁ ମାମଲା ରୁଜୁ କରାଯିବା ସହ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ତାରାକାନ୍ତ ଉଦଗାତା କହିଛନ୍ତି।
Popular Categories



