www.samajalive.in
Wednesday, December 10, 2025
26.1 C
Bhubaneswar

ପଶ୍ଚିମବଙ୍ଗରେ ମୋଦୀଙ୍କ ନିର୍ବାଚନୀ ରଣହୁଙ୍କାର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପଶ୍ଚିମବଙ୍ଗରେ ଲୋକସର୍ଭ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ବିବାଦୀୟ ନାଗରିକ ବିଲକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ସ୍ବାଧୀନତା ପରେ ବାହାର ଦେଶରେ ରହିଯାଇଥିବା ହିନ୍ଦୁ, ଶିଖ, ପାର୍ସି ଏବଂ ଖ୍ରୀଷ୍ଟିଆନ ଏବେ ପ୍ରତାଡିତ ତଥା ନିର୍ଯାତିତ ହୋଇ ଭାରତ ଫେରୁଛନ୍ତି। ଏମାନେ ଅନ୍ୟ କୌଣସି ସ୍ଥାନକୁ ଯାଇପାରିବେ ନାହିଁ। ଏଣୁ କେନ୍ଦ୍ର ସରକାର ସେମାନଙ୍କ ପାଇଁ ନାଗରିକ ବିଲ ଆଣିଛନ୍ତି। ବିଶେଷକରି ଠାକୁରବାରିର ମାଟୁଆ ସମ୍ପ୍ରଦାୟ ପାଇଁ ବିଲଟି ଖୁବ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ଏହି ରାଲି ପୂର୍ବରୁ ମୋଦୀ ମାଟୁଆ ଠାକୁରବାରି ଯାଇ ମାଟୁଆ ସମ୍ପ୍ରଦାୟର ନେତ୍ରୀ ତଥା ମାଟୁଆ ମହାସଂଘ ପ୍ରତିଷ୍ଠାତା ହରିଶ୍ଚନ୍ଦ୍ର ଠାକୁରଙ୍କ ବିଧବା ପତ୍ନୀ ବାରୋ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ରାଜ୍ୟ ସଭାରେ ଏହି ବିଲକୁ ସମର୍ଥନ କରିବାକୁ ମୋଦୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସକୁ ନିବେଦନ କରିଛନ୍ତି। ଉଲ୍ଲେଖ ଯେ ଏହି ବିଲକୁ ଉତ୍ତର-ପୂର୍ବାଞ୍ଚଳରେ ବ୍ୟାପକ ବିରୋଧ କରାଯାଉଛି। ବିଲ ପ୍ରତ୍ୟାହାର ନ ହେଲେ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ବିଜେପିର ଏକାଧିକ ସହଯୋଗୀ ଦଳ ଧମକ ଦେଇଛନ୍ତି। ତୃଣମୂଳ କଂଗ୍ରେସକୁ ନିଶାଣ କରି ମୋଦୀ କହିଛନ୍ତି ଦଳ ପଶ୍ଚିମବଙ୍ଗରେ ମଧ୍ୟବିତ୍ତ ଲୋକଙ୍କ ଆଶାଆକାଂକ୍ଷାକୁ ଦମନ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ସରକାର ରାଜ୍ୟରେ ଗଣତନ୍ତ୍ରର ଶ୍ବାସରୁଦ୍ଧ କରିଥିବା ସେ ଅଭିଯୋଗ ଦର୍ଶାଇଛନ୍ତି। ବିଜେପି ବିରୋଧୀମାନଙ୍କ ମହାମେଣ୍ଟକୁ ମଧ୍ୟ ମୋଦୀ ଏଠାରେ ମନଭରି ସମାଲୋଚନା କରିଛନ୍ତି। କଲିକତାରେ ଅନୁଷ୍ଠିତ ମହାରାଲିରେ ସମ୍ମିଳିତ ନେତାମାନଙ୍କ ମୁଖମଣ୍ଡଳରେ ଦେଶର ଚୌକିଦାର ପ୍ରତି ପରିଲକ୍ଷିତ ହୋଇଛି। ଦୀର୍ଘ ୪ ବର୍ଷ ଧରି ପରସ୍ପରର ଶତ୍ରୁଥିବା ଲୋକେ ଏଠାରେ ହାତ ମିଳାଇଛନ୍ତି ବୋଲି ସେ ଦର୍ଶାଇଛନ୍ତି।
କଳାଧନ ବିରୋଧରେ ତାଙ୍କ ନେତୃତ୍ବାଧୀନ ସରକାରର କାର୍ଯ୍ୟାନୁଷ୍ଠାନ ବିରୋଧୀ ଦଳଗୁଡିକୁ ବ୍ୟତୀବ୍ୟସ୍ତ କରିଦେଇଛି। ଖାସ ସେଥିପାଇଁ ବିରୋଧୀମାନେ ତାଙ୍କୁ ଟାର୍ଗେଟ କରି ତୀବ୍ର ସମାଲୋଚନା କରୁଥିବା ମୋଦୀ ଦର୍ଶାଇଛନ୍ତି। ଦେଶ କଳାଧନ ଓ ଦୁର୍ନୀତିମୁକ୍ତ ହେଉଥିବା ଆଶ୍ବାସନା ଦେଇ ସେ କହିଛନ୍ତି ଶୁଳ୍କଛାଡ ପାଇଁ ଦେଶର ବହୁ ପ୍ରଭାବଶାଳୀ ପରିବାର ଅଦାଲତଙ୍କ ଆଶ୍ରୟ ନେଇଥିଲେ। ଅନ୍ୟଯେଉଁମାନେ ଦେଶର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ସେମାନଙ୍କୁ ଜଣେ ଜଣେ କରି ଫେରାଇ ଅଣାଯିବ। ସେହିଭଳି ଶୁକ୍ରବାର ସଂସଦରେ ଉପସ୍ଥାପିତ ଅନ୍ତରୀଣ ବଜେଟକୁ ପ୍ରଶଂସା କରି ସେ କହିଛନ୍ତି ଏଥିରେ ବିଜେପି ସରକାରର ନୀତି ‘ସବକା ସାଥ ସବକା ବିକାଶ’ ପ୍ରତିଫଳିତ ହୋଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories