www.samajalive.in
Thursday, December 11, 2025
15.1 C
Bhubaneswar

୨୦୧୯ ଲୋକସଭା ନିର୍ବାଚନ : ମୋଦୀଙ୍କୁ ବଡ଼ ଆହ୍ବାନ ଦେବେ ୩ ମହିଳା

ନୂଆଦିଲ୍ଲୀ : ଦ୍ବିତୀୟ ଥର ପାଇଁ କେନ୍ଦ୍ର କ୍ଷମତାକୁ ଫେରିବା ନିମନ୍ତେ ସମସ୍ତ ପ୍ରକାରର ଉଦ୍ୟମ ଚଳାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଆଗାମୀ ଲୋକସଭା ମହାସମର ବେଳେ ୩ ଜଣ ପ୍ରଭାବଶାଳୀ ମହିଳା ନେତ୍ରୀ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ନେତ୍ରୀମାନେ ହେଲେ ବିଏସ୍‌ପି ସୁପ୍ରିମୋ ମାୟାବତୀ, ତୃଣମୂଳ କଂଗ୍ରେସ ମୁଖ୍ୟା ମମତା ବାନାର୍ଜୀ ଏବଂ ସଦ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ବିଜେପି ନେତୃତ୍ବାଧୀନ ଏନ୍‌ଡିଏକୁ କ୍ଷମତାଚ୍ୟୁତ କରିବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଓ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏକ ମହାମେଣ୍ଟର ପରିକଳ୍ପନା କରିଛନ୍ତି। ଉଭୟ ନେତ୍ରୀ ବିରୋଧୀ ଦଳଗୁଡିକୁ ନେଇ ଏ ଦିଗରେ ବେଶ୍‌ କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ପରସ୍ପର ହାତ ମିଳାଇବା ସମ୍ବନ୍ଧରେ ଏମାନଙ୍କ ମଧ୍ୟରେ ସେଭଳି କିଛି ବିଧିବଦ୍ଧ ଆଲୋଚନା ହୋଇନାହିଁ। ଅନ୍ୟପଟେ ବିଜେପିର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ବ୍ରହ୍ମାସ୍ତ୍ର ସ୍ବରୂପ ନେହରୁ-ଗାନ୍ଧୀ ପରିବାରର ଅନ୍ୟତମ ଦାୟଦ ପ୍ରିୟଙ୍କାଙ୍କୁ ନିର୍ବାଚନୀ ମୈଦାନକୁ ଆଣିଛି। ୨୦୧୮ରେ ବିଜେପି ଛାଡିଥିବା ପୂର୍ବତନ ଅର୍ଥମନ୍ତ୍ରୀ ୟଶୱନ୍ତ ସିହ୍ନା କହିଛନ୍ତି, ଏନ୍‌ଡିଏ ବିରୋଧୀ ଶିବିରରେ ଏବେ ପ୍ରଭାବଶାଳୀ ମହିଳା ନେତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏମାନେ ଭୋଟରଙ୍କ ଆସ୍ଥା ଜିଣିବାରେ ସଫଳ ହେବେ। ବିଶେଷକରି ମହିଳା ଭୋଟରଙ୍କୁ ଏମାନେ ବିନ୍ଧି ରଖିପାରିବେ। ଏଣୁ ହିନ୍ଦୀ ଭାଷାଭାଷୀ ତିନି ରାଜ୍ୟରେ ପରାଜିତ ହେବା ପରେ ବିଜେପି ଏବେ ଚିନ୍ତିତ ହେବା ଉଚିତ ବୋଲି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଦଳର ପରାଜୟର ଉଦାହରଣ ଦେଇ ସିହ୍ନା କହିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନିଜ ଜେଜେମା’ ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିତ୍ବ ସହିତ ସାମଞ୍ଜସ୍ୟ ପ୍ରିୟଙ୍କାଙ୍କର ଏକ ବୃହତ ଶକ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ପୂର୍ବ ଉତ୍ତରପ୍ରଦେଶରେ ନିର୍ବାଚନୀ ଦାୟିତ୍ବ ବହନ କରିବା ଦ୍ବାରା ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଏହାର ପ୍ରଭାବ ପଡିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପରେ। କାରଣ ପ୍ରିୟଙ୍କା ଅନ୍ୟସ୍ଥାନରେ ମଧ୍ୟ ପ୍ରଚାର କରିବାର ସମ୍ଭାବନା ରହିଛି। ଅନ୍ୟପଟେ ମମତା ଓ ମାୟାବତୀଙ୍କର ରାଜନୈତିକ ଅଭିଜ୍ଞତା ପ୍ରିୟଙ୍କାଙ୍କ ଠାରୁ ଢେର ବେଶୀ। ଏହି ଦୁଇ ନେତ୍ରୀ ବିରୋଧୀ ଦଳର ପ୍ରମୁଖ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି କୁହାଯାଉଛି। ମାୟାମତୀ ଗତ ମାସରେ ଏସ୍‌ପି ସହିତ ମେଣ୍ଟ କରି ରାଜ୍ୟ ରାଜନୀତିରେ ନିଜର ସ୍ଥିତି ମଜବୁତ କରିଛନ୍ତି। ବିଶେଷ କରି ଦଳିତ, ପଛୁଆବର୍ଗ, ଗରିବ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରଙ୍କୁ ସେ ପ୍ରଭାବିତ କରିପାରିଛନ୍ତି। ଜଣେ ମହିଳାନେତ୍ରୀ ଭାବେ ବିଏସପିର ମଙ୍ଗ ଧରି ସେ ନିଜକୁ ଜଣେ ରାଷ୍ଟ୍ରୀୟ ସ୍ତରୀୟ ନେତ୍ରୀ ପ୍ରତିବାଦିତ କରିଛନ୍ତି। ସେହିଭଳି ମମତା ୨୦୧୦ରେ ପଶ୍ଚିମବଙ୍ଗରେ ୩୪ ବର୍ଷର କମ୍ୟୁନିଷ୍ଟ ଶାସନକୁ ସମାପ୍ତ କରି ନିଜର ଦୃଢ ରାଜନୈତିକ ପରାକାଷ୍ଠା ପ୍ରମାଣ କରିଛନ୍ତି। ବିଜେପି ଶାସନ କାଳରେ ନିଜକୁ ରାଷ୍ଟ୍ରୀୟ ସ୍ତରର ଜଣେ ଧର୍ମନିରପେକ୍ଷ ନେତ୍ରୀ ଭାବେ ସେ ଉପସ୍ଥାପନ କରିଛନ୍ତି। ନିକଟରେ କଲିକତାଠାରେ ସେ ମହାରାଲିର ଆୟୋଜନ କରି ବିରୋଧୀ ଦଳଗୁଡିକର ସମର୍ଥନ ଲାଭ କରିଛନ୍ତି।
ତେବେ ଜନମତ ସର୍ଭେ ଅନୁସାରେ ମୋଦୀ ବର୍ତ୍ତମାନ ସୁଦ୍ଧା ଦେଶର ଲୋକପ୍ରିୟ ନେତା ହୋଇ ରହିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଦେଶର ମହିଳାଙ୍କ ହିତକୁ ମଧ୍ୟ ଅଣଦେଖା କରିନାହାନ୍ତି। କନ୍ୟା ବଞ୍ଚାଅ କନ୍ୟା ପଢାଅ, ସ୍ବଚ୍ଛ ଶୌଚାଳୟ ଏବଂ ଗରିବ ପରିବାରର ମହିଳାଙ୍କୁ ରିହାତିରେ ଗ୍ୟାସ ସିଲିଣ୍ଡର ଯୋଗାଣ ଭଳି ବହୁ ଯୋଜନା କାର୍ଯ୍ୟକାରୀ କରି ସେ ମହିଳା ଭୋଟରଙ୍କ ନିକଟତମ ହୋଇପାରିଛନ୍ତି। ତାଙ୍କ କ୍ୟାବିନେଟରେ ୩ ଜଣ ମହିଳା ଅଛନ୍ତି। ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ନିଜର ଉପଲବ୍ଧି ଆଧାରରେ ନିର୍ବାଚନ ଲଢିବାକୁ ବିଜେପି ସ୍ଥିର କରିଛି। ଉତ୍ତରପ୍ରଦେଶରେ କଂଗ୍ରେସ ୮୦ ଆସନରେ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି ଘୋଷଣା କରିଥିଲେ ମଧ୍ୟ ନିର୍ବାଚନ ପରେ ଆବଶ୍ୟକ ହେଲେ ଏସ୍‌ପି-ବିଏସ୍‌ପି ସହିତ ହାତ ମିଳାଇବ ବୋଲି କହିଛି। ଉତ୍ତରପ୍ରଦେଶରେ ମାୟାବତୀ କଂଗ୍ରେସକୁ ମେଣ୍ଟରୁ ବାଦ ଦେଇଥିଲେ ମଧ୍ୟ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ସରକାରକୁ ବିଏସ୍‌ପି ସମର୍ଥନ ଦେଇଛି। ଅନ୍ୟପଟେ ତୃଣମୂଳ କଂଗ୍ରେସ ସହିତ କଂଗ୍ରେସର ବିଧିବଦ୍ଧ ମେଣ୍ଟ ହୋଇ ନାହିଁ; କିନ୍ତୁ ମମତାଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିନେଶ ତ୍ରୀବେଦୀ କହିଛନ୍ତି କଂଗ୍ରେସ ନେତୃତ୍ବାଧୀନ ୟୁପିଏର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହିତ ମମତାଙ୍କର ଉତ୍ତମ ସମ୍ବନ୍ଧ ରହିଛି। ଏଣୁ ସୋନିଆଙ୍କ ସନ୍ତାନ ରାହୁଲ ଓ ପ୍ରିୟଙ୍କାଙ୍କ ସହିତ କାର୍ଯ୍ୟ କରିବାରେ ତାଙ୍କର କିଛି ଆପତ୍ତି ନାହିଁ। ମୋଟାମୋଟି ଭାବେ ପ୍ରିୟଙ୍କା, ମାୟାବତୀ ଓ ମମତା ବିଭିନ୍ନ ବର୍ଗର ଭୋଟରଙ୍କୁ ପ୍ରଭାବିତ କରିବାର କ୍ଷମତା ରଖୁଥିବା ଜଣାଯାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories