www.samajalive.in
Sunday, December 14, 2025
26.1 C
Bhubaneswar

ବରିଷ୍ଠ ନାଗରିକ ଫୋରମ ତରଫରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ସମ୍ବଲପୁର ବରିଷ୍ଠ ନାଗରିକ ଫୋରମ ତରଫରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ବୁଧବାର ସମ୍ବର୍ଦ୍ଧନା ଦିଆଯାଇଛି। ସ୍ଥାନୀୟ ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ର. ଆଦିତ୍ୟ ପାଢ଼ୀ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭିମସାରକୁ ସମ୍ପୁର୍ଣ୍ଣ ସ୍ୱୟଂଶାସିତ କରିବା ଦାବି ସହିତ ଖାଲି ଥିବା ଡାକ୍ତର ପଦବୀ ଗୁଡିକ ପୁରଣ, ଆମ୍ବୁଲାନ୍ସ ସେବା ପ୍ରଦାନ ସହିତ ଏମ୍ସ ଡାକ୍ତରଖାନା ସ୍ଥାପନ କରିବାକୁ ଦାବି କରାଯାଇଥିଲା। ସମସ୍ତ ବିଷୟରେ ମନ୍ତ୍ରୀ ଅବଗତ ହେବା ପରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଭିମସାରକୁ ସମ୍ପୁର୍ଣ୍ଣ ସ୍ୱୟଂଶାସିତ କରିବା ଉପରେ ଦୃଢ଼ ମତ ପୋଷଣ କରିଥିଲେ। ଏମ୍ସର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଚିଠି ଲେଖିଥିବା ବେଳେ କେନ୍ଦ୍ର ସରକାର ଏ ସମ୍ପର୍କରେ ସୁବିଚାର କରିବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ନାଉରୀ ନାଏକ, ଡା. ରମାବଲ୍ଲଭ ମିଶ୍ର, ଡା. ସୁରେଶ ଚନ୍ଦ୍ର ଦାନୀ, ଡା. କବୀରଦାଶ ପୁରୋହିତ, ଧ୍ରୁବ ଚରନ ପଣ୍ଡା, ଡ. ପରେଶ ଚନ୍ଦ୍ର ଦାନୀ, ସ୍ନିଗଧା ପଣ୍ଡା, ଦିଲିପ ବଘାର, ରତ୍ନଭୂଷଣ ପୃଷେଠ, ଶ୍ୟାମ ସୁନ୍ଦର ଶର୍ମା, ସୁଧିର ପୂଜାରୀ, ଗୋଲକ ମିଶ୍ର, ମହେନ୍ଦ୍ର ମିଶ୍ର, ପ୍ର. ଅଶ୍ୱିନୀ ପାଢ଼ୀ, ପ୍ରଫୁଲ୍ଲ ହୋତାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories