ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜର ରାଜନୀତି ବିଜ୍ଞାନ, ଇତିହାସ ଓ ଇଂରାଜୀ ବିଭାଗର ମିଳିତ ଅନୁକୂଲ୍ୟରେ ଏକ ଆଲୋଚନାଚକ୍ର ବୁଧବାର କଲେଜ ପ୍ରେକ୍ଷାଗୃହରେ ଆୟୋଜିତ ହୋଇଯାଇଛି। ‘ଉତ୍ତର ଉପନିବେଶବାଦୀ ସମାଜର ଐତିହାସିକ, ରାଜନୈତିକ ଓ ସାହିତ୍ୟିକ ରୂପଚିତ୍ର’ ଶୀର୍ଷକ ଏହି ଆଲୋଚନାଚକ୍ରକୁ କଲେଜର ଅଧ୍ୟକ୍ଷ ଡ.ଲୋକନାଥ ସାହୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ତଥା ବିଷୟ ବିଶେଷଜ୍ଞ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ.ଅଶୋକ କୁମାର ପଟ୍ଟନାୟକ ଯୋଗଦେଇ ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ସମାଜରେ ଐତିହାସିକ, ରାଜନୈତିକ ଓ ସାହିତ୍ୟିର ରୂପଚିତ୍ର ସମ୍ପର୍କରେ ବହୁ ତଥ୍ୟ ଭିତ୍ତିକ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ।
Popular Categories



