www.samajalive.in
Sunday, December 14, 2025
15.1 C
Bhubaneswar

ଭିସୁଟକୁ ନାକ୍ ଦଳର ତିନି ଦିନିଆ ଗସ୍ତ

ବୁର୍ଲା: ଭିସୁଟ୍ ପରିଦର୍ଶନରେ ଆସିଛନ୍ତି ନାକ୍ ପୀୟର୍ ଦଳ। ସାତ ଜଣିଆଁ ସଦସ୍ୟ ଥିବା ଏହି ଟିମ୍ ଆଜିଠାରୁ ତିନିଦିନ ଧରି ଭିସୁଟର ଭିତ୍ତିଭୂମି ଯାଞ୍ଚ କରିବା ସହିତ ବିଭିନ୍ନ ଦିଗ ଉପରେ ତଥ୍ୟ ସଂଗ୍ରହ କରିବେ। ନାକ୍ ଟିମକୁ ସ୍ବାଗତ କରିବା ପାଇଁ ଭିସୁଟ୍ କର୍ତ୍ତୃପକ୍ଷ ବ୍ୟପକ ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି। ନାକ ପିୟର କମିଟି ଦଳରେ ଅଧ୍ୟକ୍ଷ ରହିଛନ୍ତି ହରିୟାନା କୁରୁକ୍ଷେତ୍ରର ଆଇଆଇଆଇଟିର ନିର୍ଦ୍ଦେଶକ ଡ. ଏମ୍.ଏନ୍ ଦୋଜା, ପଶ୍ଚିମବଙ୍ଗ କଲ୍ୟାଣୀ ବିଶ୍ଵବିଦ୍ୟାଳୟର ପ୍ରଫେସର ଡ. ଜ୍ୟୋତ୍ସ୍ନା କୁମାର ମଣ୍ଡଳ, ପଞ୍ଜାବ ପଟିଆଲା ସ୍ଥିତ ଟି.ଆଇ.ଇ.ଟିର ପ୍ରଫେସର ଡ. ତେଜିନ୍ଦର ପାଉଲ୍ ସିଂ, ମହାରାଷ୍ଟ୍ର ମୁମ୍ବାଇ ଆଇ.ଆଇଟିବିର ପ୍ରଫେସର ଡ ଦୀପଙ୍କର ଚୌଧୁରୀ, ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ଦେବୀ ଅହିଲ୍ୟା ବିଶ୍ଵବିଦ୍ୟାଳୟର ପ୍ରଫେସର ଡ. ସଂଜୀବ ଟୋକେକର୍, ଛତିଶଗଡ ରାଜ୍ୟ ରାୟପୁର ସ୍ଥିତ ଏନ୍.ଆଇ.ଟି ର ପ୍ରଫେସର ଡ. ଅବିର ବନ୍ଦୋପାଧ୍ୟାୟ, କର୍ଣାଟକର ମାଙ୍ଗାଲୋର ସ୍ଥିତ ମାଙ୍ଗାଲୋର ବିଶ୍ଵବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରଫେସର ଈଶ୍ୱର ଭଟ୍ଟ। ବୁର୍ଲା ଭିସୁଟ କୁଳପତି ପ୍ରଫେସର ବିଭୁତି ଭୁସଣ ପତି, ଆଇକ୍ୟୁଏସି ନିର୍ଦ୍ଦେଶକ ପ୍ରଫେସର ଶରତ କୁମାର ସ୍ୱାଇଁ, ପ୍ରଫେସର ଦେବଦତ୍ତ ମିଶ୍ର, ପ୍ରଫେସର ଆର ଆର ଦାଶ, ପ୍ରଫେସର ପି ମହାପାତ୍ର, ପ୍ରଫେସର ଏଚ କେ ସାହୁ, ଡ ଅରୋବିନ୍ଦ ମହାନ୍ତି, ଡ ରଜତ କାନ୍ତି ସାମଲ, ଡ ସସ୍ମିତା ବେହେରା, ଡକ୍ଟର ବି କେ ଭୋଇ, ଡକ୍ଟର ବିଘ୍ନରାଜ ନାୟକ, ଆଲିନା ଦାଶ ଏବଂ ଆଇକ୍ୟୁଏସି ସେଲର ଅଶ୍ୱିନୀ କୁମାର ମହାପାତ୍ର ପ୍ରମୁଖ ନାକ ଟିମକୁ ସହାୟତା କରୁଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories