www.samajalive.in
Saturday, December 13, 2025
26.1 C
Bhubaneswar

ଗୋପବନ୍ଧୁ ସେବିକା ମହାବିଦ୍ୟାଳୟ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ: ଗୋପବନ୍ଧୁ ସେବିକା ମହାବିଦ୍ୟାଳୟର ନବାଗତ ବିଏସସି ଓ ଜିଏନଏମ ବିଦ୍ୟାର୍ଥୀଙ୍କ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡୱିନ ଆନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସଵରେ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ପ୍ରତିକୂଳ ପରିବେଶ ମଣିଷକୁ ନୂଆ ରାସ୍ତା ଦେଖାଇବା ସହ ଆଗକୁ ବଢ଼ି ମାନବ କଲ୍ୟାଣାଭିମୁଖି କରିଥାଏ। ପ୍ରତ୍ୟେକ ନବାଗତ ବିଦ୍ୟାର୍ଥୀ ଭଲ ସେଵିକା ଭାବେ ନିଜକୁ ଗଢିତୋଳି ଅସହାୟ ରୋଗୀଙ୍କ ମୁହଁରେ ହସ ଫୁଟାଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ସହ ଦେଶର ନାମ ଉଜ୍ଜ୍ୱଳ କରିବାକୁ ଡକ୍ଟର ଆଚାର୍ଯ୍ୟ କହିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଶିବରାମ ମିଶ୍ର ଉତ୍ସବରେ ଯୋଗ ଦେଇ ଶୃଙ୍ଖଳା ଓ ସେବା ଉପରେ ଗୁରୁତ୍ଵ ଆରୋପ କରିଥିଲେ। ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସକ ଡାକ୍ତର ପଦ୍ମଚରଣ ଦାଶ ଅତିଥି ଭାବେ ଯୋଗ ଦେଇ ସେବିକା ସ୍ବାସ୍ଥ୍ୟ ସେବାର ମେରୁଦଣ୍ଡ ଓ ସେମାନଙ୍କ ନିସ୍ବାର୍ଥପର ସେବା ରୋଗୀଙ୍କୁ ନୂଆ ଜୀବନ ଦେଇଥାଏ ବୋଲି କହି ନବାଗତଙ୍କୁ ସ୍ଵାଗତ କରିଥିଲେ। ମହାବିଦ୍ୟାଳୟର ଉପାଧ୍ୟକ୍ଷ ବାବି ଏସ ପି ପ୍ରମୁଖ ମତପ୍ରକାଶ କରିଥିଲେ। ଆମ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ବରିଷ୍ଠ ବିଦ୍ୟାର୍ଥିମାନେ ନବାଗତ ବିଦ୍ୟାର୍ଥୀଙ୍କୁ ବନ୍ଦାପନା ସହିତ ସ୍ବାଗତ କରୁଥିଲେ। ଏହି ଅବସରରେ ଅନୁଷ୍ଠାନର ବିଦ୍ୟାର୍ଥୀମାନଙ୍କୁ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାମ୍ଭାବି ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories