www.samajalive.in
Friday, December 5, 2025
20.1 C
Bhubaneswar

ଶୀତ ଉଭାନ, ବଢୁଛି ତାତି

ଭୁବନେଶ୍ବର: କୋରାପୁଟ ଏବଂ କନ୍ଧମାଳ ଜିଲାର କିଛି ଅଞ୍ଚଳରେ ଶୀତ ଅନୁଭୂତ ହେଉଛି। କୋରାପୁଟ, ସେମିଳିଗୁଡା, ଫୁଲବାଣୀ ଏବଂ ଜି.ଉଦୟଗିରିରେ ମଧ୍ୟ ଶୀତ ପ୍ରଭାବ ରହିଛି।  କିନ୍ତୁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରା ବଢିଛି। ସେମିଳିଗୁଡାରେ ରାତି ତାପମାତ୍ରା ୧୩.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କୋରାପୁଟ ୧୫, ଫୁଲବାଣୀ ୧୬ ଏବଂ ଘୁ.ଉଦୟଗିରିରେ ୧୪.୮ ଡିଗ୍ରୀ ରହିଛି। ଅନ୍ୟାନ୍ୟ ଅଞ୍ଚଳରେ ରାତି ତାପମାତ୍ରା ୧୫ଡିଗ୍ରୀ ଉପରେ ରହିଛି। ଆଗାମୀ ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଉପକୂଳବର୍ତ୍ତୀ ଜିଲାରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଛି। ୧୫ ଦିନ ହେଲା ଘନକୁହୁଡ଼ି ଦୃଶ୍ୟମାନ ହେଲାଣି। ଜାନୁଆରୀ ୨୧ରୁ ଲଗାତାର ଭାବେ ଉପକୂଳ ଓଡିଶା ସମେତ ପାର୍ଶ୍ବବର୍ତ୍ତୀ କିଛି ଜିଲାଗୁଡିକରେ ଘନକୁହୁଡି ଦୃଶ୍ୟମାନ ହେଉଛି। ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ବଳୟ ଉପସ୍ଥିତି ହେତୁ କୁହୁଡି ପାଇଁ ପାଗ ଅନୁକୂଳ ରହିଛି। ସର୍ବାଧିକ ତାପମାତ୍ରା ଝାରସୁଗୁଡା ଜିଲାରେ ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାରଳାଖେମୁଣ୍ଡି ୩୫.୬, ମାଲକାନଗିରି ୩୫.୨, ବଲାଙ୍ଗିର ୩୫.୩, ସୁନ୍ଦରଗଡ ୩୫.୬, ସମ୍ବଲପୁର ୩୫.୪, ଭୁବନେଶ୍ବର ୩୩.୬ ଏବଂ କଟକରେ ୩୧.୨ ଡିଗ୍ରୀ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ଗତ କିଛିଦିନ ହେଲା ଆକାଶ ପରିଷ୍କାର ରହୁଥିବାରୁ ସୂର୍ଯ୍ୟଙ୍କ କିରଣ ସିଧା ଭୂ-ପୃଷ୍ଠରେ ପଡୁଛି। ଏଥିପାଇଁ ଦିନ ତାପମାତ୍ରା ବୃଦ୍ଧି ପାଉଛି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories