www.samajalive.in
Sunday, December 14, 2025
19.1 C
Bhubaneswar

ଅନ୍ୟା ଆସର ପକ୍ଷରୁ ସ୍ମୃତିରେ ସୁଦର୍ଶନ

ସମ୍ବଲପୁର: ଅନ୍ୟା ଅନୁଷ୍ଠାନ ପକ୍ଷରୁ ସ୍ବର୍ଗତ ପ୍ରଫେସର ସୁଦର୍ଶନ ପୂଜାରୀଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମ ସ୍ମୃତିରେ ସୁଦର୍ଶନ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତା ମାନେ କହିଥିଲେ ଯେ, ସାହିତ୍ୟ ଦର୍ଶନ ଚିନ୍ତନର ସମୁଦ୍ର ଥିଲେ ପ୍ରଫେସର ସୁଦର୍ଶନ ପୂଜାରୀ। ତାଙ୍କ ସର୍ଜନ ସତ୍ତା ଓ ବ୍ୟାବହାରିକ ଜୀବନ ଭିତରେ ନ ଥିଲା କୌଣସି ପାର୍ଥକ୍ୟ। ଯେଭଳି ଗଭୀର ଦର୍ଶନର କଥା ଲେଖୁଥିଲେ ସେଭଳି ଦାର୍ଶନିକ ଜୀବନଟିଏ ମଧ୍ୟ ବଞ୍ଚୁଥିଲେ। ଯେଭଳି ସରଳ ତରଳ ଭାଷାରେ ପ୍ରବନ୍ଧ ଲେଖୁଥିଲେ ସେଭଳି ସୁଚିନ୍ତିତ ଶବ୍ଦ ଶବ୍ଦରେ କବିତା ଲେଖୁଥିଲେ। ତାଙ୍କ କବିତାର ଗୋଟିଏ ବି ଶବ୍ଦକୁ ଉଠାଇ ହେବ ନାହିଁ। ତାଙ୍କ ଅବର୍ତ୍ତମାନରେ ସେ ଛାଡ଼ିଯାଇଥିବା ସର୍ଜନାରୁ ତାଙ୍କୁ ବୁଝିହେବ। ତାଙ୍କ ଅସଂକଳିତ ରଚନା ବଳୀକୁ ଠୁଳେଇବା ଆମର କର୍ତବ୍ୟ ବୋଲି ଅନ୍ୟା ଆୟୋଜିତ ‘ସ୍ମୃତିରେ ସୁଦର୍ଶନ‘ ରେ ମତ ପ୍ରକାଶ ପାଇଛି। ଦିବଂଗତ ପ୍ରଫେସର ସୁଦର୍ଶନ ପୂଜାରୀ ଙ୍କ ସ୍ମୃତିରେ ଆୟୋଜିତ ଆସରରେ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଡ଼. ଗୌରିଦାସ ପଧାନ ଆସରକୁ ସଂଯୋଜନା କରିଥିଲେ। କବି ରାମକୃଷ୍ଣ ‘ଆମେ ଆଗେଇବା ଓ ଅନ୍ୟାନ୍ୟ ପ୍ରବନ୍ଧ‘ ବହିକୁ ପୃଷ୍ଠଭୂମିରେ ରଖି ସୁଦର୍ଶନ ପୂଜାରୀ ଙ୍କ ପ୍ରବନ୍ଧ ରଚନାର କୁଶଳତାକୁ ଅବତାରଣା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ମୀନକେତନ ପାଠୀ, କବି ଦୁର୍ଗା ପଣ୍ଡା, ସରୋଜ, ମୁକ୍ତକଂଠ, ହୃଷୀକେଶ ପୂଜାରୀ, ସାବିତ୍ରୀ ପୁରୋହିତ, ତଫିଜୁଲ ହୁସେନ, ଡ଼. ମନୋଜ କୁମାର ପଣ୍ଡା ପ୍ରମୁଖ ସ୍ମୃତି ଚାରଣ ଏବଂ ସ୍ବର୍ଗତ ପୂଜାରୀ ଙ୍କ କବିତା ଆବୃତ୍ତି କରି ସ୍ମରଣ କରିଥିଲେ। ଏହି ଅବସରରେ ବ୍ରଜେନ୍ଦ୍ର ନାୟକଙ୍କ ଦ୍ବାରା ପ୍ରସ୍ତୁତ ସୁଦର୍ଶନ ପୂଜାରୀଙ୍କ କବିତାର ସଂଗୀତ ରୂପ ପରିବେଷଣ କରାଯାଇଥିଲା। ଅନ୍ୟାର ଆବାହକ ଡ଼. ଦ୍ବାରିକା ନାଥ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories