www.samajalive.in
Sunday, December 14, 2025
26.1 C
Bhubaneswar

ଦୁଇ ବର୍ଷ ଶିଶୁ କନ୍ୟାର ଅସାଧାରଣ ପ୍ରତିଭା, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲା ଶ୍ରେୟାଂଶୀ

ପାଟଣା: ବିଭିନ୍ନ ମନ୍ତ୍ରପାଠ ହେଉ ବା ସାଧାରଣ ଜ୍ଞାନ, ଦେଶର ଜାତୀୟ ପ୍ରତୀକ ହେଉ ବା ପରିବାର ଲୋକଙ୍କ ନାମ ଭଳି ଅନେକ ବିଷୟ ବସ୍ତୁକୁ ପ୍ରାଞ୍ଜଳ ଭାବେ ଦର୍ଶାଇ ପାରୁଥିବା ୨ ବର୍ଷ ୨ମାସର କୁନି ଝିଅ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି। ଏହି ବିରଳ କୁନି ଝିଅ ଶ୍ରେୟାଂଶୀ। ଭଲଭାବେ ପାଟି ଫିଟି ନ ଥିବା ବୟସରେ ଏତେ ବଡ଼ ସଫଳତା ହାସଲ କରିବା କୁନି ଝିଅ ଶ୍ରେୟାଂଶୀଙ୍କ ବିଚକ୍ଷଣ ବୁଦ୍ଧିକୁ ଦର୍ଶାଉଛି।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗା ଗ୍ରାମ ନିବାସୀ ଶଙ୍ଖାଳି ଚରଣ ସାହୁ ଓ ଗୀତାମଣି ସାହୁଙ୍କ ନାତୁଣୀ ତଥା ତୁଷାର ରଞ୍ଜନ ସାହୁ ତାଙ୍କ ପତ୍ନୀ ଲିପ୍ସା ସାହୁଙ୍କ କନ୍ୟା ଶ୍ରେୟାଂଶୀଙ୍କ ସଫଳତାରେ ଗ୍ରାମବାସୀ ତଥା ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ମାତ୍ର ୧୦ ମାସ ବୟସ ହୋଇଥିବା ବେଳେ ରଙ୍ଗବେରଙ୍ଗୀ ବହି ଦେଖି ଖୁସି ହୋଇ ଯାଉଥିଲା ଶ୍ରେୟାଂଶୀ। ନୂଆ ନୂଆ  ଜାଣିବାକୁ ତାହାର ଆଗ୍ରହ ଥିବା ଜଣାପଡିଥିଲା। ଝିଅର ଆଗ୍ରହ ଦେଖି ମାଆ ଲିପ୍ସା ତାଙ୍କୁ ବିଭିନ୍ନ ବିଷୟରେ ଶିଖାଇବା ଆରମ୍ଭ କରିଥିଲେ। ଖେଳଖେଳରେ ବିଭିନ୍ନ ବିଷୟରେ ଶିଖାଇ ଥିଲେ। ବାପା, ଅଜା, ଆଈ, ମାମୁଁ, ବଡବାପା, ବଡ଼ମାଆ ମଧ୍ୟ ଶ୍ରେୟାଂଶୀକୁ ଆଗକୁ ବଢ଼ିବାରେ ସହଯୋଗ କରି ଥିଲେ। ଦୁଇ ବର୍ଷ ହେଲା ବେଳକୁ ଆକ୍ସନ ୱାର୍ଡ଼ ୧୭ଟି, ଫଳ ୨୦ଟି, ପନିପରିବା, ଗୃହପାଳିତ ଓ ଜଙ୍ଗଲୀ ପଶୁପକ୍ଷୀଙ୍କ ନାମ, ଯାନବାହାନ, ପ୍ରଫେସନ୍, ବିଭିନ୍ନ ରଙ୍ଗ, ଆକାର, ଇଂରାଜୀ ବର୍ଣ୍ଣମାଳା ସହ ପ୍ରତି ଅକ୍ଷରରେ ଶବ୍ଦ,୧୭ରୁ ଅଧିକ ଜାତୀୟ ପ୍ରତୀକ, ସପ୍ତାହର ନାମ, ରାଇମ୍ସ କହି ପାରୁଥିଲେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ବିଷୟରେ ଜାଣିବା ପରେ ମା ଶ୍ରେୟାଂଶୀଙ୍କୁ ଏଥିପାଇଁ ପ୍ରସ୍ତୁତ କରାଇଥିଲେ। ବଡବାପା ନିହାର ସାହୁ ଓ ବଡମାଆ ରଞ୍ଜିତା ସାହୁ ମଧ୍ୟ ସହଯୋଗ କରିଥିଲେ। ୩୦ରୁ ଅଧିକ ବିଷୟ ବସ୍ତୁକୁ ନିର୍ଭୁଲ ଭାବେ ଶ୍ରେୟାଂଶୀ କହିବାର ଭିଡିଓ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡକୁ ମେଲ୍ ଯୋଗେ ପଠାଇଥିଲେ। ଶ୍ରେୟାଂଶୀକୁ ୨୦୨୪ର ଆଚିଭର୍ସ୍ ଭାବେ ଚୟନ କରାଯାଇଥିଲା। ପୁରସ୍କାର ଭାବେ ମେଡାଲ୍, ପ୍ରମାଣପତ୍ର, ବ୍ୟାଚ୍, ପରିଚୟପତ୍ର, ପେନ୍ ଓ ମାଗାଜିନ୍ ପ୍ରଦାନ କରାଯାଇଛି।

ଜୀବନରେ ଏସବୁ ସମସ୍ୟା ସହ ଏହି ସଙ୍କେତ ମିଳିଲେ ଜାଣନ୍ତୁ ରାହୁଙ୍କର ରହିଛି ଅଶୁଭ ପ୍ରଭାବ; ଏମିତି ଚୁଟ୍‌କିରେ କରନ୍ତୁ ସମାଧାନ…

ଫେବୃଆରୀରେ ବଡ ଯୋଗ ; ଏହି ରାଶି କିଣିବେ ନୂଆ ଘର,ଗାଡି, ସୁନା ଭଳି ଚମକିବ ଭାଗ୍ୟ..

- Advertisement -

ଅନେକ ସମସ୍ୟାକୁ ଚୁଟ୍‌କିରେ ଦୂର କରେ ବାସି ରୁଟି ସହ ଏହି ଜିନିଷ, ଆଶ୍ଚର୍ଯ୍ୟ କରିବ ଏହାର ଗୁଣ..

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories