www.samajalive.in
Monday, December 8, 2025
14.1 C
Bhubaneswar

ମହାକୁମ୍ଭରେ ଦଳାଚକଟା ଘଟଣା ‘ଦୁର୍ଭାଗ୍ୟଜନକ ଓ ଚିନ୍ତାର ବିଷୟ’ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ମାମଲାରେ ଦାୟର ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ଏବଂ ଆବେଦନକାରୀଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ଯିବାକୁ କହିଛନ୍ତି। ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନ ପୂର୍ବରୁ ଦାଖଲ କରାଯାଇଛି। ତେଣୁ ଉକ୍ତ ଆବେଦନର ଶୁଣାଣି ସର୍ବୋଚ୍ଚ ଅଦାଲତରେ କରାଯିବା ଉଚିତ ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ ଦଳାଚକଟାକୁ ଏକ “ଦୁର୍ଭାଗ୍ୟଜନକ ଘଟଣା” ବୋଲି କହିଛନ୍ତି। ଆବେଦନକାରୀ ତଥା ଆଇନଜୀବୀ ବିଶାଲ ତିୱାରୀଙ୍କୁ ଆଲ୍ଲାହାବାଦ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ସୁପ୍ରିମକୋର୍ଟ କହିଛନ୍ତି।

ଆଇନଜୀବୀ ବିଶାଲ ତିୱାରୀ ମହାକୁମ୍ଭ ଦଳାଚକଟା ଘଟଣାକୁ ନେଇ ସର୍ବୋଚ୍ଚ ଅଦାଲତରେ ଏକ ଜନସ୍ବାର୍ଥ ମାମଲା(ପିଆଇଏଲ) ଦାୟର କରିଥିଲେ। ଦଳାଚକଟା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଏକ ଷ୍ଟାଟସ ରିପୋର୍ଟ ଅଦାଲତରେ ଦାଖଲ କରାଯିବା ସହିତ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଆଇନଜୀବୀଙ୍କ ପକ୍ଷରୁ ପିଟିସନରେ ଦାବି କରାଯାଇଥିଲା। ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୯ ତାରିଖରେ ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟାରେ ୩୦ ଜଣଙ୍କ ଜୀବନ ଚାଲିଯାଇଥିଲା।

ଜୀବନରେ ଏସବୁ ସମସ୍ୟା ସହ ଏହି ସଙ୍କେତ ମିଳିଲେ ଜାଣନ୍ତୁ ରାହୁଙ୍କର ରହିଛି ଅଶୁଭ ପ୍ରଭାବ; ଏମିତି ଚୁଟ୍‌କିରେ କରନ୍ତୁ ସମାଧାନ…

- Advertisement -

ଫେବୃଆରୀରେ ବଡ ଯୋଗ ; ଏହି ରାଶି କିଣିବେ ନୂଆ ଘର,ଗାଡି, ସୁନା ଭଳି ଚମକିବ ଭାଗ୍ୟ..

ଫ୍ଲିପ୍‌କାର୍ଟରେ ଜବରଦସ୍ତ ଅଫର୍‌ ; ଅଧା ଦାମ୍‌ରେ ମିଳୁଛି ଏସି, ଖରାଦିନରେ ମିଳିବ ଥଣ୍ଡା, ଶୀତ ଦିନରେ ଗରମ ପବନ..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories