ଅଟୋ ଚାଳକଙ୍କୁ ଛୁରାମାଡ

ଭୁବନେଶ୍ବର: ରାଜଧାନୀରେ ଜଣେ ଅଟୋ ଡ୍ରାଇଭରଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ । ଅନଲାଇନ୍ ବୁକିଂ ପରେ ଅଟୋ ଡ୍ରାଇଭର ଭରତପୁର ଥାନା ଅଞ୍ଚଳରେ ଅଟୋ ଧରି ପହଞ୍ଚିଥିଲେ । କିନ୍ତୁ ସେଠାରେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କୁ ଆହତ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଳିଙ୍ଗ ଷ୍ଟୁଡିଓ ଛକରେ କିଛି ଅଟୋ ଚାଳକ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ପଚରାଉଚରା କରୁଛି ।
Comments are closed.