www.samajalive.in
Sunday, December 14, 2025
26.1 C
Bhubaneswar

ଗୋପାଳପୁର କଲେଜରେ ୪୩ ତମ ବାର୍ଷିକ ଉତ୍ସବ ପାଳିତ

ଗୋପାଳପୁର: ଗୋପାଳପୁର କଲେଜ ପରିସରରେ ୪୩ ତମ ବାର୍ଷିକ ଉତ୍ସବ ପାଳିତ ମହାଆଡମ୍ବର ସହ ପାଳିତ ହୋଇଯାଇଛି। କଲେଜ ଅଧକ୍ଷ ଡ଼. ରାମ ପ୍ରସାଦ ପଣ୍ଡା ଅଧକ୍ଷତା କରିବା ସହ ଅତିଥି ପରିଚୟ ଓ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଧେଶକ ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗ ଦେଇ ଏହାର ଉଦଘାଟନ କରିବା ସହ ଛାତ୍ର, ଛାତ୍ରୀଙ୍କୁ ପାଠପଢ଼ା ସହ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ଡ଼. କୁଳମଣି ଓଝା ଯୋଗ ଦେଇ ଓଡିଶା ଭାଷା, ନିଯୁକ୍ତି ଏବଂ ପାଠପଢ଼ା ସହ ଦକ୍ଷତା ବିକାଶ କରି କର୍ମ ନିଯୁକ୍ତିରେ ନିୟୋଜିତ ହୋଇ କଲେଜର ଟେକ ରଖିବାକୁ କହିଥିଲେ। ତାହାସହ ବିଦ୍ୟାର୍ଥୀ ମାନେ ବିକଶିତ ଭାରତର କର୍ଣ୍ଣଧାର ଅଟନ୍ତି।ନିଜେ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇ ସୁରାଷ୍ଟ୍ର ଗଠନରେ ନିଜକୁ ସାମିଲ କରିବାକୁ କହିଥିଲେ। ସମ୍ମାନିତ ଅତିଥି ଭାବେ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ, ଯୁକ୍ତ ୩ର ଉପଦେଷ୍ଟା ଗିରିଶ ଚନ୍ଦ୍ର ବେହେରା, ଯୁକ୍ତ ଦୁଇର ଡ଼. ରାଜେନ୍ଦ୍ର କୁମାର ମହାପାତ୍ର, ହରିଶ ଚନ୍ଦ୍ର ବିଷୋୟୀ ପ୍ରମୁଖ ମଂଚାସୀନ ଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories