www.samajalive.in
Friday, December 12, 2025
15.1 C
Bhubaneswar

ଡିଏସବିଏମରେ କେନ୍ଦ୍ରୀୟ ବଜେଟ ୨୦୨୫ ଉପରେ କର୍ମଶାଳା

ଭୁବନେଶ୍ବର: ବାଣିଜ୍ୟ ଏବଂ ପରିଚାଳନା ଛାତ୍ରଛାତ୍ରୀମାନଙ୍କୁ ସଶକ୍ତ ଓ ସକ୍ଷମ କରାଇବା ଉଦେଶ୍ୟରେ ୟୁନିଟ-୮ ଭୁବନେଶ୍ୱରସ୍ଥିତ ଡିଏଭି.ସ୍କୁଲ ଅଫ ବିଜନେସ ମ୍ୟାନେଜମେଣ୍ଟ (ଡିଏସବିଏମ) ଆନୁକୂଲ୍ୟରେ “କେନ୍ଦ୍ରୀୟ ବଜେଟ ୨୦୨୫” ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।

ଏହି କର୍ମଶାଳାରେ ଡିଏସବିଏମର ଛାତ୍ରଛାତ୍ରୀମାନେ ଗତ ୩-ବର୍ଷର ବଜେଟକୁ ଅନୁଧ୍ୟାନ କରିଥିଲେ । ଟିକସ, ଶିକ୍ଷା ଏବଂ ସ୍ବାସ୍ଥ୍ୟ-ସେବା, ଡିଜିଟାଲ ଭିତ୍ତିଭୂମି, ଏମଏସଏମଇ ଓ କୃଷି ଭଳି ବିଭିନ୍ନ ଗୁରୁତ୍ବପୂର୍ଣ କ୍ଷେତ୍ରଗୁଡିକର ଆର୍ଥିକ ସର୍ଭେକୁ ନେଇ ବିଶ୍ଳେଷଣ କରାଯାଇଥିଲା। କେନ୍ଦ୍ରୀୟ ବଜେଟ ୨୦୨୫ର ସମ୍ଭାବ୍ୟ ପରିବର୍ତ୍ତନ ବିଷୟରେ ବିଚାର-ବିମର୍ଷ କରିଥିଲେ। ଏହି ଅବସରେ ଅର୍ଥମନ୍ତ୍ରୀଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ଘୋଷଣା ଉପରେ ଛାତ୍ରଛାତ୍ରୀମାନେ ଏକ ତୁଳନାତ୍ମକ ବିଶ୍ଳେଷଣ କରିଥିଲେ।

- Advertisement -

ଉଚ୍ଚ ଶିକ୍ଷା, ଇଣ୍ଟର୍ଣ୍ଣସିପ ସୁଯୋଗ, ଦକ୍ଷତା ବିକାଶ ପଦ ପଦକ୍ଷେପ, ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାପ୍ରତିଷ୍ଠା ଏବଂ ଡିଜିଟାଲ ଭିତ୍ତିଭୂମି ବିସ୍ତାର ପାଇଁ ଆର୍ଥିକ ସହାୟତା ଘୋଷଣାକୁ ଛାତ୍ରଛାତ୍ରୀମାନେ ଉଚ୍ଚ ପ୍ରସଂଶା କରିଥିଲେ, ଯାହା ସେମାନଙ୍କର ନଙ୍କର ବୃତ୍ତିଗତ କ୍ଷେତ୍ରରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।

ଡିଏସବିଏମ ଅଧ୍ଯକ୍ଷ ଡ. ଡି.ଏନ. ମିଶ୍ର କହିଛନ୍ତି ଯେ କେନ୍ଦ୍ରୀୟ ବଜେଟ ୨୦୨୫ ହେଉଛି ଏକ ପ୍ରଗତିଶୀଳ ବଜେଟ, ଯାହା ଦ୍ରୁତ ଗତିରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ।କେନ୍ଦ୍ରୀୟ ବଜେଟର ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି -‘ବିକଶିତ ଭାରତ ୨୦୪୭’ ର ଦୂରଦୃଷ୍ଟିକୁ ହାସଲ କରିବା ପାଇଁ ଅର୍ଥନୀତିକୁ ଆଗେଇବାରେ ଆମେ ପ୍ରତିବଦ୍ଧ ହେବା ବୋଲି ସେ ପ୍ରକାଶ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories